କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ । ବାସ୍ ଆଉ ମାତ୍ର କେଇ ମିନିଟର ଅପେକ୍ଷା । ମୋଟ ୬୦୦ ଜଣ ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଆଉ ଏମାନଙ୍କୁ କିଣିବାକୁ ମୋଟ ୫୬୧.୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ଫ୍ରାଞ୍ଚାଇଜ । ଏହାପୂର୍ବରୁ ରିଟେନ ପ୍ରକ୍ରିୟା ଶେଷ ହୋଇଥିଲା । ଆଉ ମୋଟ ୧୦ଟି ଟିମ୍ ୩୩ ଖେଳାଳୀଙ୍କୁ ରିଟେନ ଓ ଡ୍ରାଫ୍ଟ ଜରିଆରେ ଦଳରେ ସାମିଲ କରିଛନ୍ତି । ଆଉ ଏଥିପାଇଁ ୩୩୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଫ୍ରାଞ୍ଚାଇଜ । ରିଟେନ ଓ ଡ୍ରାଫ୍ଟ ପରେ କେ.ଏଲ ରାହୁଲ ହିଁ ସବୁଠୁ ଦାମୀ ଖେଳାଳୀ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜାଏଣ୍ଟସ କେ.ଏଲ ରାହୁଲଙ୍କୁ ୧୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ମହାନିଲାମୀ ଅନୁଯାୟୀ କୌଣସି ନିଲାମୀରେ ସର୍ବନିମ୍ନ ୬୭ କୋଟି ଓ ସର୍ବାଧିକ ୯୦ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ।
The Stage is set 🤩🤩
Just under an hour away from the #TATAIPLAuction 2022 😎👌🏻 pic.twitter.com/RyvrLvyG2j
— IndianPremierLeague (@IPL) February 12, 2022
ଚଳିତଥର ମହାନିଲାମୀରେ ଅନେକ ରେକର୍ଡ ଭାଙ୍ଗିବ । ବଡ ବଡ ଚେହେରା ମହାନିଲାମୀକୁ ଓହ୍ଲାଇଥିବାରୁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ବି ବଡ ଚେହେରାଙ୍କୁ କିଣିବାକୁ ପ୍ରତିଯୋଗିତା ଦେଖିବାକୁ ମିଳିବ । ଆଉ ମହାନିଲାମୀର ପ୍ରଥମ ଦିନରେ ହିଁ ଏହି ଦୃଶ୍ୟ ଦେଖିବାକୁ ମିଳିବ । କାରଣ ମହାନିଲାମୀର ପ୍ରଥମ ଦିନରେ ହିଁ ବଡ ଚେହେରାଙ୍କ ନିଲାମୀ ହେବ । ଯେଉଁମାନଙ୍କ ମଧ୍ୟରେ ଶ୍ରେୟସ ଆୟର, ଇଶାନ କିଷାନ ଶିଖର ଧୱନ, ମହମ୍ମଦ ସାମି, ଡେଭିଡ ୱାର୍ଣ୍ଣର, ଜାସନ ହୋଲଡର, ଜେସନ ରୟ, ଫାଫ୍ ଡୁ ପ୍ଲେସିସ୍, କ୍ୱିଣ୍ଟନ ଡି କକ୍, ପ୍ୟାଟ କମିନ୍ସ, କାଗିସୋ ରବଡାଙ୍କ ଭଳି ବଡ ଚେହେରା ରହିଛନ୍ତି । ଯେଉଁମାନଙ୍କୁ କିଣିବାକୁ ଫ୍ରାଞ୍ଚାଇଜ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ । ମହାନିଲାମୀର ପ୍ରଥମ ଦିନରେ ୧୬୧ ଜଣ ଖେଳାଳୀଙ୍କର ନିଲାମୀ ହେବ ।