କନକ ବ୍ୟୁରୋ: ଅଗଷ୍ଟ ୧୪ରୁ ଆରମ୍ଭ ହେବ ନିଟ୍-ୟୁଜି ୨୦୨୪ ପାଇଁ କାଉନସେଲିଂ । ସୋମବାର ଜାରି ହୋଇଥିବା ଏମସିସି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଜାତୀୟ ଚିକିତ୍ସା ଆୟୋଗ ସଚିବ ଡାକ୍ତର ବି ଶ୍ରୀନିବାସ କହିଛନ୍ତି ଯେ କାଉନସେଲିଂ ପ୍ରକ୍ରିୟା ପାଇଁ ପଞ୍ଜୀକରଣ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବାର ସୂଚନା ରହିଛି।
ଡାକ୍ତର ବି ଶ୍ରୀନିବାସ କହିଛନ୍ତି , ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧.୧୦ ଲକ୍ଷ ଏମବିବିଏସ ସିଟ୍ ପାଇଁ କାଉନସେଲିଂ କରାଯିବ। ପ୍ରାର୍ଥୀମାନଙ୍କୁ ନୋଟିସ୍ ବାବଦରେ ଜାଣିବାକୁ ଏମସିସି ୱେବସାଇଟ ଭିଜିଟ୍ କରିବାକୁ ପରାମର୍ଶ ଦିଆଯାଇଛି। ଦେଶର ପ୍ରାୟ ୭୧୦ଟି ମେଡିକାଲ କଲେଜରେ ପ୍ରାୟ ୧ ଲକ୍ଷ ୧୦ ହଜାର ଏମବିବିଏସ୍ ସିଟ୍ ଆବଣ୍ଟନ ପାଇଁ କାଉନସେଲିଂ କରାଯିବ। ଆୟୁଷ ଓ ନର୍ସିଂ ସିଟ୍ ବ୍ୟତୀତ ୨୧ ହଜାର ବିଡିଏସ୍ ସିଟ୍ ପାଇଁ କାଉନସେଲିଂ କରାଯିବ ବୋଲି ଶ୍ରୀନିବାସ କହିଛନ୍ତି।
ସମସ୍ତ ଏମ୍ସ, ଜିପିଏମଇଆର୍ ପଣ୍ଡିଚେରୀ, ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସିଟ୍ ଏବଂ ୧୦୦ ପ୍ରତିଶତ ଡିମଡ ୟୁନିଭର୍ସିଟି ସିଟ୍ ପାଇଁ ଏମସିସି ୧୫ ପ୍ରତିଶତ ସର୍ବଭାରତୀୟ କୋଟା ସିଟ୍ ଏବଂ ଶତ ପ୍ରତିଶତ ଡିମ୍ଡ ୟୁନିଭର୍ସିଟି ସିଟ୍ ପାଇଁ କାଉନସେଲିଂ କରିବ। ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ପରେ ଏକାଧିକ ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ଏହାକୁ ଖାରଜ କରିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଶୁକ୍ରବାର ଏହି ବିବାଦୀୟ ପ୍ରବେଶିକା ପରୀକ୍ଷାର ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ଘୋଷଣା କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/4-48.jpg)