ଆଜି ବସିବ ଜିଏସଟି ବୈଠକ ! ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ହେବ ବୈଠକ

33

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଆଜି ଜିଏସଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ ବୋଲି ଜଣାପଡିଛି । କେନ୍ଦ୍ର ସରକାର ଅପ୍ରତ୍ୟକ୍ଷ କର ସୁଧାରକୁ ଆସନ୍ତା ଜୁଲାଇରୁ ଲାଗୁ କରିବା ପାଇଁ ସ୍ଥିର କରିଛନ୍ତି । ତେଣୁ ଆଜିର ବୈଠକରେ ଜିଏସଟିର ୨ଟି ବିଧେୟକ ଉପରେ ମୋହର ମାରିବା ସମ୍ଭାବନା ରହିଛି । ସେହି ୨ଟି ବିଲ ହେଉଛି କାଉନସିଲ ଷ୍ଟେଟ ଜିଏସଟି ଓ ୟୁନିଅନ ଟେରିଟେରି ଜିଏସଟି ।

ଏହାପରେ ସରକାର ଜିଏସଟି କାଉନସିଲ ପାରିତ କରିଥିବା ସେଂଟ୍ରାଲ ଜିଏସଟି ଓ ଇଂଟିଗ୍ରେଟେଡ ଜିଏସଟି ବିଲକୁ କ୍ୟାବିନେଟ ମଂଜୁରୀ ଦେବ । ବିଶ୍ୱାସ କରାଯାଉଛି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସରକାରଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଜିଏସଟିକୁ ନେଇ ସରକାରଙ୍କ ସ୍ଥିତି ମଜଭୂତ ରହିବ । ସୂଚନା ଅନୁସାରେ ଚଳିତ ଅଧିବେଶନରେ ବିଲକୁ ମଂଜୁରୀ ଦେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଛଡା ବିଭିନ୍ନ ରାଜ୍ୟର ବିଧାନସଭାରେ ମଧ୍ୟ ଜିଏସଟି ବିଲ ପାରିତ ହେବା ଜରୁରୀ ।