ଶୁଖିଲା କାଶକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ, ଏଭଳି କରନ୍ତୁ ଘରୋଇ ଉପଚାର

478

କନକ ବ୍ୟୁରୋ : ଶୀତଦିନେ ବିଶେଷ କରି ଥଣ୍ଡାକାଶ ହେବା ଏକ ସାଧାରଣ କଥା । ବଦଳୁଥିବା ପାଗ ଦୃଷ୍ଟିରୁ ଏଭଳି ହୋଇଥାଏ ବୋଲି ବିଶେଷ କରି ଡାକ୍ତରମାନେ କହିଥାନ୍ତି । ଯଦି ଶୀତଦିନେ ଆପଣଙ୍କୁ ଆପଣଙ୍କୁ ଜ୍ୱର କିମ୍ବା କାଶ ହେଉଛି ତେବେ ତା ପାଇଁ ଘରୋଇ ଉପାୟରେ ଚିକିତ୍ସା କରାଯାଇ ଆପଣ ସୁସ୍ଥ ହୋଇ ପାରିବେ । ହେଲେ କରୋନା ମହାମାରୀ ବେଳେ ଏହାକୁ ଅଣଦେଖା କରିବା ଆପଣଙ୍କ ପାଇଁ ଭାରି ପଡିପାରେ । କେବଳ ଥଣ୍ଡା ଜ୍ୱର ନୁହେଁ ଶୀତଦିନେ ଅନେକ ଲୋକଙ୍କୁ ଶୁଖିଲା କାଶ ହୋଇଥାଏ । ଏହା ଯନ୍ତ୍ରଣାଦାୟକ ହୋଇଥିବାରୁ ଏହା ଶରୀରକୁ ଅନେକ କଷ୍ଟ ଦେବା ସହ ଆପଣଙ୍କ ଦୈନଦିନ କାମରେ ବାଧକ ସାଜିଥାଏ । ଏଥିପାଇଁ ଆପଣ କିଛି ଘରୋଇ ଉପଚାର ଦ୍ୱାରା ଏହାର ଚିକିତ୍ସା କରିପାରିବେ ।

ମହୁ, ଅଦା, ଜେଠିମଧୁ : ଯଦି ଆପଣଙ୍କୁ ଶୁଖିଲା କାଶ ହେଉଛି ତେବେ ଆପଣ ମହୁ, ଅଦା ଓ ଜେଠିମଧୁ ବ୍ୟବହାର କରିପାରିବେ । ଏହିସବୁ ଜିନିଷ ପ୍ରାୟତ ପ୍ରତି ପରିବାରର ରୋଷେଇରେ ସାମିଲ ହୋଇଥାଏ । ଏହାକୁ ଆପଣ ମିଶ୍ରଣ କରି ଦୈନିକ ସେବନ କରିପାରିବେ । ଏହା କେବଳ ଆପଣଙ୍କ ଶୁଖିଲା କାଶକୁ ବନ୍ଦ କରିବ ନାହିଁ, ଏହାର ସେବନ ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ ।

ଭେଜି ବାଇଗଣ : ଭେଜି ବାଇଗଣକୁ ବିଶେଷ ଭାବେ କାଶ ପାଇଁ ବ୍ୟବହାର କରାଯାଇଥାଏ । ଏହା ବିଶେଷ କରି ଶୁନଶାନ ରାସ୍ତା କଡରେ ଦେଖିବାକୁ ମିଳିଥାଏ । ଶରୀରରେ ଜମା ହେଉଥିବା କଫକୁ ସନ୍ତୁଳିତ କରିବାରେ ସହାୟତା କରିଥାଏ । ଏହାସହ ଅତ୍ୟାଧିକ କଫକୁ ବାହାର କରିବାରେ ସହାୟକ ହୋଇଥାଏ ।

ତିଳ ତେଲ : ଶୁଖିଲା କାଶକୁ ବନ୍ଦ କରିବାକୁ ତିଳତେଲ ବେସ୍ ଉପକାରୀ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବା ସହ ଏହାକୁ ଆପଣ ଗରମ ପାଣିରେ ମିଶାଇ ସେବନ କଲେ ଶୁଖିଲା କାଶରୁ ନିସ୍ତାର ମଳିଥାଏ ।

ତୁଳସୀ : ତୁଳସୀ ପତ୍ର ଅନେକ ରୋଗର ନିରାକରଣ ପାଇଁ ବ୍ୟବହାର କରାଯାଇଥାଏ । କଫ ଜମିଥିଲେ ଆପଣ ତୁଳସୀ ପତ୍ର ସେବନ କରିପାରିବେ । ଗରମ ପାଣିରେ ତୁଳସୀପତ୍ର ସିଝାଇ ପିଇବା ଦ୍ୱାରା ଶୁଖିଲା କାଶ ବନ୍ଦ ହୋଇଥାଏ ।