କନକ ବ୍ୟୁରୋ : ବିକ୍ରି ହୋଇପାରୁନି କପା । ସଂକଟରେ ଧଳା ସୁନା ଚାଷୀ । ବିଳମ୍ବରେ ମଣ୍ଡି ଖୋଲିବା ସହ ଅଭାବି ବିକ୍ରି ପରେ ଏବେ ମଣ୍ଡିରୁ କପା ନଉଠିବା ଚାଷୀଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରିଛି । ଏ ହେଉଛି ରାୟଗଡା ଆରଏମସି ୟାର୍ଡର ଦୃଶ୍ୟ । ବିକ୍ରି ପାଇଁ ଛିଡା ହୋଇଛି ବହୁ ସଂଖ୍ୟାରେ କପା ବୋଝେଇ ଗାଡି । କପା କିଣିବାକୁ କଟନ କର୍ପୋରେସନ ଅଫ ଇଣ୍ଡିଆ ସିସିଆଇ ଦାୟିତ୍ୱ ନେଇଥିଲେ ବି ଉଠୁନି କପା । ଫଳରେ ପ୍ରାୟ ପାଂଚ ଦିନ ହେବ ଶୀତ କାକରରେ ଶହ ଶହ କପା ବୋଝେଇ ଗାଡି ମାର୍କେଟ ୟାର୍ଡରେ ଛିଡା ହୋଇ ରହିଛି ।

Advertisment

publive-imageଏହା ସହ କପା ବିକ୍ରି ପାଇଁ ଗାଡି ଭଡାରେ ଆଣିଥିବାରୁ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି । ବିଭିନ୍ନ ବାହାନା ଦେଖାଇ କପା କିଣାଯାଉ ନଥିବାବେଳେ କପା ଏବେ ଖୋଲା ଆକାଶ ତଳେ ରହୁଥିବାରୁ ବର୍ଷା ଆସିଲେ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ଏପରିକି ଦଲାଲ ରାଜ କପା ମଣ୍ଡିରେ ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆରଏମସି ଓ ସିସିଆଇ ପରସ୍ପର ଦୋଷ ଲଦାଲଦି ହେଉଥିବାବେଳେ ଖୁବ୍ ଶୀଘ୍ର ଚାଷୀଙ୍କ ସମସ୍ୟା ସମାଧାନ ହେବ ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ କୁହାଯାଇଛି ।