କନକ ବ୍ୟୁରୋ: ଚାଷୀଙ୍କ ଚିନ୍ତା ବଢାଇଛି କପାର ଅଭାବି ବିକ୍ରି । ଜିଲ୍ଲାରେ ମଣ୍ଡି ନଥିବାରୁ ଦଲାଲ ଦ୍ୱାରା ଶୋଷଣ ହୋଇଛନ୍ତି ଚାଷୀ । ସେପଟେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ । ଅଧିକ ଲାଭ ଆଶାରେ କପା ଚାଷକୁ ଆପଣାଇଥିବା ବୌଦ୍ଧ ଜିଲ୍ଲାର ଚାଷୀ ଏବେ ପ୍ରମାଦ ଗଣୁଥିବାବେଳେ କୃଷିଉପନିର୍ଦ୍ଦେଶକ କହୁଛନ୍ତି ଜିଲ୍ଲାରେ ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ।
ଧାନ ଫସଲ ଅପେକ୍ଷା କପା ଚାଷରେ ଅଧିକ ଲାଭ ହେତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ଜମିରେ କପା ଚାଷ କରାଯାଇଛି । ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ କପା ଚାଷବି ଭଲହୋଇଥିବାବେଳେ ଚାଷୀ କପା ତୋଳି ସଂଗ୍ରହ କରିବାରେ ଲାଗିଲେଣି । ହେଲେ କ’ଣ ହେବ ଜିଲ୍ଲାରେ ମଣ୍ଡିବ୍ୟବସ୍ଥା ନଥିବା ଯୋଗୁଁ ବାହାର ଜିଲ୍ଲାରେ କପା ବିକ୍ରିକରିବାକୁ ବାଧ୍ୟହେଉଛନ୍ତି ଚାଷୀ । ସରକାରୀ ଧାର୍ଯ୍ୟ ଦର ଅନୁଯାଇ କ୍ୱିଣ୍ଟାଲ ପିଛା ୫,୨୨୫ ଟଙ୍କାରୁ ୫,୫୫୫ଟଙ୍କା ଥିବାବେଳେ ଦଲାଲ ଦ୍ୱାରା ଶୋଷିତ ହେବା ସହିତ କଟନୀ ଛଟନୀର ଶୀକାର ହୋଇ ୨୫୦୦ ରୁ ୩୦୦୦ହଜାର ଟଙ୍କାରେ ବିକ୍ରି କରି କ୍ଷତି ସହୁଥିବା ଚାଷୀ ଅଭିଯୋଗ ହେଉଛି ।
ସେପଟେ ପୁଣି ଟ୍ରାନସପୋର୍ଟିଂ ଖର୍ଚ୍ଚ ଚାଷୀ ଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ବାଧ୍ୟ ହୋଇ ଆନ୍ଧ୍ରା ବେପାରୀ ଙ୍କୁ ମଧ୍ୟ ଶାଗ ମାଛ ଦରରେ ବିକ୍ରିକରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଚଳିତ ବର୍ଷ ଜିଲ୍ଲାରେମୋଟ ୧୧ଶହ ହେକ୍ଟର ଚାଷ ଜମିରେ କପା ଚାଷ ହୋଇଥିବାବେଳେ ବୌଦ୍ଧ ବ୍ଲକରେ ୩୭୫ ହେକ୍ଟର , ହରଭଙ୍ଗା ବ୍ଲକ ରେ ୧୫୫ ହେକ୍ଟର ଏବଂ କଣ୍ଟାମାଳ ବ୍ଲକରେ ସର୍ବାଧୀକ ୫୭୫ ହେକ୍ଟର ଜମିରେ କପାଚାଷ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ମଣ୍ଡିି ଖୋଲିବାପାଇଁ ବାରମ୍ବାର ଦାବୀ କରାଯାଇଥିଲେ ହେଁ ମଣ୍ଡିଖୋଲିବାର ନାଁ ଧରୁନାହିଁ ଫଳରେ ଚାଷୀ ବାରମ୍ବାର ଅଭାବୀ ବିକ୍ରି ର ଶୀକାର ହେଉଛନ୍ତି । ଆଉ କୃଷି ଉପନିର୍ଦ୍ଦେଶକ ପ୍ରତିଶୃତି ଦେଇଛନ୍ତି ଯେ, ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ଖୋଲାଯିବ ।