ସଙ୍କଟରେ ପଡିଛି କପା ଚାଷୀ । କଳାହାଣ୍ଡିର ମଣ୍ଡିର ଅବ୍ୟବସ୍ଥା ଯୋଗୁ ପଡି ରହିଛି କୁଇଂଟାଲ କୁଇଂଟାଲ କପା

148

କନକ ବ୍ୟୁରୋ : ସଙ୍କଟରେ ପଡିଛି କପା ଚାଷୀ । ଅମଳ ହେବାର ମାସକ ଉପରେ ହେଲାଣି । ହେଲେ ବିକ୍ରି ତ ଦୂର କଥା ଲାଭ ଦୁଇ ପଇସା ଚାଷୀ ପାଇଁ ସ୍ୱପ୍ନ ପାଲଟି ଗଲାଣି । କଳାହାଣ୍ଡି ଜିଲ୍ଲାର କପା ଚାଷୀଙ୍କ ମୁଣ୍ଡରେ ଏବେ ପଡିଛି ଚଡକ । ଅମଳ କପା ପାଇଁ ମଣ୍ଡି ଖୋଲା ଯାଇଛି । ହେଲେ ମଣ୍ଡିରେ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଯାହା ପାଇଁ କପା ମଣ୍ଡିକୁ ନେବାକୁ ଚାଷୀ ରାଜି ହେଉନାହାନ୍ତି । ବିକ୍ରିର କୌଣସି ସଠିକ୍ ବ୍ୟବସ୍ଥା କରାଯାଇନି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଚାଷ କରି ଅମଳ କରିଛି ।। କୁଇଂଟାଲ କୁଇଂଟାଲ କପା ପାଖରେ ପଡି ରହିଛି ହେଲେ ବିକ୍ରି ପାଇଁ ସଠିକ୍ ବ୍ୟବସ୍ଥା ଓ ସଠିକ୍ ଦର ଦିଆନଗଲେ କପା ବିକ୍ରିି କରିବେ ନାହିଁ ବୋଲି କହିଛନ୍ତି ଚାଷୀ ମାନେ ।

କପା ଚାଷ ପାଇଁ କଳହାଣ୍ଡିର ବେଶ ନାଁ ରହିଛି । ଏଠାରେ କପା ଚାଷ ବହୁଳ ମାତ୍ରାରେ କରାଯାଇଥାଏ । ଚାଷୀ ନିଜ ହକ୍ ପାଉନଥିବାରୁ କୁଇଂଟାଲ କୁଇଂଟାଲ କପା ପକାଇ ରଖିଛି । କପାର ସହାୟକ ମୂଲ୍ୟ ୭ହଜାର ୨୦ଥିବା ବେଳେ ବିଳମ୍ବିତ ମଣ୍ଡି ପାଇଁ ଚାଷୀ ୫ହଜାରରୁ ୬ ହଜାରରେ ବିକ୍ରି କରିଦେଉଛି । ପ୍ରାୟ ୨ କୁଇଂଟାଲ କପା ଅମଳ ହୋଇସାରିଲାଣି । ହେଲେ ଚାଷୀ ବିକ୍ରି କରିନପାରିବାରୁ ବସ୍ତା ବସ୍ତା କପା ଘରେ ପକାଇ ରଖିଛନ୍ତି  । ସେପଟେ ଅବ୍ୟବସ୍ଥାର ସୁଯେଗ ନେଇ ଦଲାଲ ସକ୍ରିିୟ ହୋଇଗଲେଣି । କିଛି ସ୍ଥାନରୁ କମ୍ ଦରରେ କିଣି ବାହରକୁ ରପ୍ତାନୀ କରିବାରେ ଲାଗିଛନ୍ତି ଦଲାଲ ମାନେ । ଯାହାପାଇଁ କ୍ଷତିରେ ପହିଛନ୍ତି ଚାଷୀ । ଏବେ ଠାରୁ ସେମାନଙ୍କ କପା ବିକ୍ରି ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଚାଷୀ ।

ପ୍ରତିବର୍ଷ ଅପକ୍ଷା ଚଳିତଥର କପ।। ଚାଷ ଭଲ ହୋଇଥିବା ବେଳେ ବିକ୍ରି ପାଇଁ ସଠିକ୍ ଭାବେ ବ୍ୟବସ୍ଥା କରାଯାଇନି । ଯାହାପାଇଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି ।