କନକ ବ୍ୟୁରୋ : ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ୧ ଟଙ୍କା ବୃଦ୍ଧି କରିବାକୁ ବିଧାନସଭା ଷ୍ଟାଣ୍ଟିଂ କମିଟି ସୁପାରିଶ କରିଛି । ଏପରିକି ଚଳିତ ଆର୍ଥିକ ବର୍ଷରୁ ଟଙ୍କାଟିଏ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଫଳରେ ଏଣିକି
ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୫ ଟଙ୍କା ୯୦ ପଇସା ବଦଳରେ ୬ ଟଙ୍କା ୯୦ ପଇସା
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କା ପାଇଁ ୮ ଟଙ୍କା ୮୨ ପଇସା ସ୍ଥାନରେ ୯ ଟଙ୍କା ୮୨ ପଇସା
ପ୍ରଥମରୁ ପଞ୍ଚମ ଶ୍ରେଣୀ
ଥିଲା
୫ ଟଙ୍କା ୯୦ ପଇସା
ହେବ
୬ ଟଙ୍କା ୯୦ ପଇସା
ଷଷ୍ଠରୁ ଅଷ୍ଟମ ଶ୍ରେଣୀ
ଥିଲା
୮ ଟଙ୍କା ୮୨ ପଇସା
ହେବ
୯ ଟଙ୍କା ୮୨ ପଇସା
ଦିଆଯିବ। ଡାଲି, ରାସନ ସାମଗ୍ରୀ ଓ ପନିପରିବା ଦର ବଢୁଥିବାରୁ ମଧ୍ୟାହ୍ନ ଭୋଜନ ଟଙ୍କା ବଢ଼ାଇବାକୁ ଦାବି ହୋଇଆସୁଥିଲା। ମିଳୁଥିବା ଟଙ୍କାରେ ପିଲାଙ୍କ ପୋଷଣ ସମ୍ଭବ ହେଉନଥିବା ଅଭିଯୋଗ କରିଆସୁଥିଲେ ସ୍କୁଲ କର୍ତ୍ତୃପକ୍ଷ।
ରାଜ୍ୟର ପ୍ରାୟ ୫୦ ହଜାର ସରକାରୀ ସ୍କୁଲରେ ୪୫ ଲକ୍ଷ ପିଲାଙ୍କୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ
ପ୍ରତ୍ୟେକ ପିଲାଙ୍କ ପୋଷଣ ପାଇଁ ଭୋଜନରେ ୭୦୦ କ୍ୟାଲୋରୀ ଓ ୨୦ ଗ୍ରାମ୍ ପ୍ରୋଟିନ୍ ଆବଶ୍ୟକ
ସପ୍ତାହରେ ୨ଦିନ ଡାଲମା, ୨ଦିନ ସୋୟାବଡ଼ି ଓ ୨ ଦିନ ଗୋଟିଏ ଲେଖାଏଁ ଅଣ୍ଡା ଦିଆଯାଉଛି
ହେଲେ ବିଡମ୍ୱନା କେବଳ ଭାତକୁ ଛାଡିଦେଲେ ଡାଲମା ଓ ସୋୟାବଡି ନାମକୁ ମାତ୍ର ଦେଇଥାନ୍ତି ସ୍କୁଲ କର୍ତ୍ତୃପକ୍ଷ। କେତେବେଳେ ପାଣିଆ ଡାଲମା ତ ଆଉକେତେବେଳେ ଫାଳେ ଅଣ୍ଡା ଦେବାର ନଜିର ମଧ୍ୟ ରହିଛି। ଏବେ ପ୍ରଶ୍ନ ଉଠୁଛି ଟଙ୍କାଟିଏ ବଢ଼ାଇବା ପରେ କ’ଣ ଏହି ଅବସ୍ଥାରେ ସୁଧାର ଆସିପାରିବ? ଏଭଳି ଖାଦ୍ୟରେ କେବଳ ପିଲାଙ୍କ ପେଟ ପୁରିବ ନା ପୋଷଣ ମିଳିବ?
ସ୍କୁଲରେ ଉପସ୍ଥାନ ବଢ଼ଇବା ସହ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ହେଲେ ଯୋଜନା ଚଳାଇବା ପାଇଁ ସରକାର ଯେଉଁ ଅନୁଦାନ ଦେଉଛନ୍ତି, ତାହା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟ ସହ ସାଙ୍ଘାତିକ ଖେଳ ବୋଲି କୁହାଯାଉଛି। କମ୍ ପଇସା ଦେଇ ନିମ୍ନମାନର ଖାଦ୍ୟ ଯୋଗାଇ ଦେବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକପ୍ରକାର ବାଧ୍ୟ କରାଯାଉ ନାହିଁ କି?