ହେଲିକପ୍ଟରରେ ବୁଲି ପାଣ୍ଡିଆନ କେତେ କାଟିଥିଲେ ଚକ୍କର, ଉଡିବା ଖର୍ଚ୍ଚର ହିସାବ କରୁଛନ୍ତି ମୋହନ ସରକାର । ଜାଣନ୍ତୁ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ...

Advertisment
ହେଲିକପ୍ଟରରେ ବୁଲି ପାଣ୍ଡିଆନ କେତେ କାଟିଥିଲେ ଚକ୍କର, ଉଡିବା ଖର୍ଚ୍ଚର ହିସାବ କରୁଛନ୍ତି ମୋହନ ସରକାର । ଜାଣନ୍ତୁ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ...

କନକ ବ୍ୟୁରୋ:  ସରକାରୀ ଚାକିରି କରିଥିବାବେଳେ କ୍ଷମତାର ଦୂରୁପଯୋଗ କରି ହେଲିକପ୍ଟରରେ ସାରା ରାଜ୍ୟରେ ଚକର କାଟୁଥିଲେ ଭି. କେ.ପାଣ୍ଡିଆନ୍। ସକାଳ ହେଲେ ହେଲିକପ୍ଟରରେ ଉଡି ବୁଲୁଥିଲେ ପାଣ୍ଡିଆନ। ଏମିତିକି ଭୁବନେଶ୍ବରରୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ବ୍ୟବହାର କରୁଥିଲେ ଚପର।  ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏ ନେଇ ବହୁ ଲୋକ ପ୍ରଶ୍ନ ଉଠାଇଥିଲେ ମଧ୍ୟ କ୍ଷମତା ବଳରେ ସବୁ କିଛିକୁ ଚାପି ଦେବାରେ ସକ୍ଷମ ହୋଇଥିଲେ। ହେଲେ, ସରକାର ବଦଳିବା ପରେ ପାଣ୍ଡିଆନ ହେଲିକପ୍ଟରରେ ଉଡିବା ତାଙ୍କ ପାଇଁ ମହଙ୍ଗା ପଡିବାକୁ ଯାଉଛି। ଆକାଶରେ ଉଡି କୋଟି କୋଟି ଟଙ୍କା ଖର୍ଚ୍ଚର ତଦନ୍ତ ଆରମ୍ଭ କରିଛି ପରିବହନ ବିଭାଗ।

ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ବିଦ୍ଧି ଅଛି । କିନ୍ତୁ ସେହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରି ପାଣ୍ଡିଆନ ହେଲିକପ୍ଟରରେ ଉଡୁଥିଲେ। ନଜର ପକାନ୍ତୁ ପାଣ୍ଡିଆନ କେତେ ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ଉଡିଥିଲେ..

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ

- ୨୦୧୩ରୁ ୨୦୨୪ ଭିତରେ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ଅଭିଯୋଗ

- କେବଳ ୨୦୨୩-୨୪ରେ ୫୦ କୋଟିରୁ ଅଧିକ ଖର୍ଚ୍ଚ

- ପାଣ୍ଡିଆନଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ତିଆରି ହେଉଥିଲା ହେଲିପ୍ୟାଡ

- ବିଭିନ୍ନ ସ୍ଥାନରେ ସଭାର ହେଉଥିଲା ଆୟୋଜନ

- ମାତ୍ର ୧୦ରୁ ୧୫ କିଲୋମିଟର ପାଇଁ ହେଲିକପ୍ଟର କରୁଥିଲେ ବ୍ୟବହାର

ପାଣ୍ଡିଆନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକପ୍ଟରରେ ବୁଲୁଥିଲେ ବି ତତ୍କାଳୀନ ସରକାର ଏହାକୁ ଚାପି ଦେଉଥିଲେ। ହେଲେ, ଏବେ ଆଉ ତ୍ରାହି ନାହିଁ।

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ ନୁହେଁ, ତାଙ୍କ ସମ୍ପୂର୍ଣ୍ଣ ଗସ୍ତ ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବିଜେପି ସରକାର ତଦନ୍ତ କରି ସାମନାକୁ ଆଣିବେ ବୋଲି ଆଶା ରଖିଛନ୍ତି ସାଢ଼େ ଚାରିକୋଟି ଓଡିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe