source : Get The Gloss
ଖାଦ୍ୟ ପ୍ୟାକେଟରେ ଚିହ୍ନିତ ହେବା ପରି ବିଭିନ୍ନ ପ୍ରସାଧନ ସାମଗ୍ରୀ ଏବଂ ଟଏଲେଟରେ ବ୍ୟବହୃତ ଫେସଓ୍ଵାସ୍, ସାବୁନ୍, ସାମ୍ପୁ ଏବଂ ଟୁଥପେଷ୍ଟ ଆଦିରେ ଖୁବ ଶୀଘ୍ର ଲାଗିବ ସବୁଜ କିଂବା ଲାଲ୍ ବିନ୍ଦୁ। ଏଥିରୁ ଜଣାପଡ଼ିବ ସମ୍ପୃକ୍ତ ଜିନିଷଟି ନିରାମିଷ କି, ଆମିଷ ଉପାଦାନରୁ ପ୍ରସ୍ତୁତ ହୋଇଛି।
ଭାରତର ସର୍ବୋଚ୍ଚ ଡ୍ରଗ୍ ଆଡଭାଇଜରି ସଂସ୍ଥାନ ‘ଡ୍ରଗସ୍ ଟେକ୍ନିକାଲ୍ ଆଡଭାଇଜରି ବୋର୍ଡ’ (ଡିଟିଏବି) ନିକଟରେ ଏ ସମ୍ବନ୍ଧରେ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ‘ସେଣ୍ଟ୍ରାଲ୍ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ର (ସିଡିଏସସିଓ) ଜଣେ ଅଧିକାରୀ କହିଛନ୍ତି।
ସେ କହିଛନ୍ତି, ବିଭିନ୍ନ ପ୍ରସାଧନ ସାମଗ୍ରୀ ଏବଂ ସ୍ନାନାଗାରରେ ବ୍ୟବହୃତ ହେଉଥିବା ସାମଗ୍ରୀ ଆଦିର ଲେବଲରେ ବାଧ୍ୟତାମୂଳକ ଭାବେ ବାଦାମୀ/ଲାଲ୍/ସବୁଜ ରଙ୍ଗର ବିନ୍ଦୁ ଛାପିବାକୁ ଆସିଥିବା ଏକ ପ୍ରସ୍ତାବକୁ ‘ଡ୍ରଗସ୍ ଟେକ୍ନିକାଲ୍ ଆଡଭାଇଜରି ବୋର୍ଡ’ ବୁଧବାର ଦିନ ଅନୁମୋଦନ କରିଛନ୍ତି।
ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଆସନ୍ତା ଛଅ ମାସ ମଧ୍ୟରେ ଜାରି କରାଯିବ ବୋଲି ଆଶା କରାଯାଉଛି। ଭାରତରେ ବିକ୍ରୟ କରାଯାଉଥିବା ପ୍ୟାକେଟ୍ ଖାଦ୍ୟରେ ତାହାର ଉତ୍ସ ନିରାମିଷ କି, ଆମିଷ, ତାହା ସୂଚାଇବାକୁ ଲେବଲ୍ ଉପରେ ଉପରୋକ୍ତ ରଙ୍ଗର ବିନ୍ଦୁ ସବୁ ଛାପା ଯାଉଛି।
Follow Us
/kanak/media/post_attachments/wp-content/uploads/2018/05/Make-up-300x224.jpg)