କନକ ବ୍ୟୁରୋ: ଗୋଲାପ ଚାଷ ନାଁରେ ଠକେଇ। ପଲି ହାଉସ ନିର୍ମାଣ କରିବା ବାହାନାରେ ଠକିନେଲେ ୨୨ ଲକ୍ଷ ଟଙ୍କା। ଉଦ୍ୟାନ କୃଷି ବିଭାଗ ଏବଂ ଠିକା ସଂସ୍ଥା ଭୁବନେଶ୍ୱର ଆଦ୍ୟାଶକ୍ତି ଏଗ୍ରୋ ମଧୁଚନ୍ଦ୍ରିକା ଯୋଗୁ ଫସିଗଲେ ଯବାନ। ଏବେ ବିଭାଗ ଚୁପ ବସିଥିବା ବେଳେ ଚାଷୀଙ୍କୁ ଶୋଷଣ କରି ଫେରାର ହୋଇଯାଇଛି ଠିକା ସଂସ୍ଥା ।
ସୁନ୍ଦରଗଡ଼ର ପୂର୍ବତନ ସେନା କର୍ମଚାରୀ ବିପୀନ ବିହାରୀ ପଣ୍ଡା ୨୦୧୮ ଅବସର ନେବା ପରେ ଗୋଲାପ ଫୁଲ ଚାଷ କରିବାକୁ ନିଷ୍ପତ୍ତି ନେଇଥଲେ। ଏନେଇ ଉଦ୍ୟାନ କୃଷି ବିଭାଗ ସହ ଯୋଗାଯୋଗ ପରେ ହର୍ଟିକଲଚର ବିଭାଗ ତରଫରୁ ତାଙ୍କୂ ୫୦ଲକ୍ଷ ଟଙ୍କା ଋଣ ଦିଆଯାଇଥିଲା। ସେଥିରୁ ୪୦ଲକ୍ଷ ଟଙ୍କା ସରକାରୀ ସବସିଡି ପ୍ରଦାନ କରାଯିବା ସହ ଆଉ ବକେୟା ୧୦ ଲକ୍ଷ ଟଙ୍କାକୁ ଚାଷୀ ଆୟ କରି ଋଣ ସୁଝିବେ ବୋଲି ଏଗ୍ରିମେଣ୍ଟ ହୋଇଥିଲା। ୪୦ ଲକ୍ଷ ଟଙ୍କାରୁ ୩୫ ଲକ୍ଷ ଟଙ୍କାରେ ପଲି ହାଉସ ତିଆରି ହେବ ବୋଲି ଭୁବନେଶ୍ୱରର ଆଦ୍ୟାଶକ୍ତି ଏଗ୍ରୋ ସଂସ୍ଥାକୁ ଓାର୍କ ଅର୍ଡର ଦିଆଯାଇଥିଲା। ଆଉ ଚୁକ୍ତି ଅନୁସାରେ , ବିପିନ ସଂସ୍ଥାକୁ ୨୨ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ତିଆରି ହୋଇପାରିଲାନାହିଁ ପଲି ହାଉସ । ବର୍ଷ ପରେ ବର୍ଷ ଗଡାଇ ଚାଲିଲା ସଂସ୍ଥା ଆଉ ବିପୀନ ସଂସ୍ଥା ଏବଂ କୃଷି ଉଦ୍ୟାନ ବିଭାଗ କୁ ଦୌଡିଦୌଡି ନୟାନ୍ତ ହେବା ପରେ ଶେଷରେ ନିଜର ଭାଗ୍ୟକୁ ଆଦରି ବସି ରହିଛନ୍ତି ।
ଏହା ଭିତରେ ୭ବର୍ଷ ବିତିଗଲାଣି ହେଲେ ଟଙ୍କା ନେଇ ଛୁ ମାରିଲା ସଂସ୍ଥା ଆଉ ଗୋଲାପ ଚାଷ କରି ଆତ୍ମନିର୍ଭରଶୀଳ ଚାଷ କଣ ହେବେ ଏବେ ସେହି ୪୦ ଲକ୍ଷ ଟଙ୍କା ଋଣକୁ କିଭଳି ଶୁଝିବେ ତାହାକୁ ନେଇ ଚିନ୍ତାରେ ।