କନକ ବ୍ୟୁରୋ : ଇନ୍ଦିରା ଆବାସ ଲାଂଚ କାରବାର ନେଇ ରାଜରାସ୍ତାରେ ଲୋକେ । ବିଭିନ୍ନ ଦୁର୍ନୀତି ହେଉଥିବା ଅଭିଯୋଗ କରିବା ସହ ପ୍ରତିବାଦ କରିଛନ୍ତି ଲୋକେ । ଏହି ଦୁର୍ନୀତି ବିରୋଧରେ ଗଂଜାମ ଧରାକୋଟ ମାଣିକ୍ୟପୁର ପଂଚାୟତ ଘେରିଛନ୍ତି ଶହଶହ ଲୋକ । ଏହି ପଂଚାୟତରେ ବିଭିନ୍ନ କାମରେ ନକଲି ବିଲ୍ ଦେଖାଇ ଖୁଲମଖୁଲା ହରିଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି । ପଂଚାୟତର କିଛି ଲୋକଙ୍କ ନାଁରେ ଇନ୍ଦିରା ଆବାସ ପାଇଁ ବିଲ୍ ଆସିଛି ହେଲେ ଘର ପାଇଁ ୨୦ହଜାର ଟଙ୍କା ଲାଂଚ ମଗାଯାଉଛି । ନଦେଲେ ବିଲ ବି କରାଯାଉନି । ସମସ୍ୟା ନେଇ ଜଣାଯାଇଥିଲେ ବି ସମସ୍ୟା ଶୁଣିବାକୁ ଯେମିତି କେହି ନାହିଁ । ଖାଲି ସେତିକି ନୁହେଁ ପ୍ରତିବାଦକାରୀଙ୍କୁ ମାରିଦେବାକୁ ଧମକ ଚମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଦୁର୍ନୀତିର ପ୍ରତିବାଦ କରିବା ସହ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିକ୍ଷୋଭକାରୀ ମାନେ ।