ଭାରତରେ ବଢୁଛି ଭ୍ରଷ୍ଟାଚାର ! ଗଣତନ୍ତ୍ର ପରେ ଏବେ ଦୁର୍ନୀତିର ଦ୍ୱିତୀୟ ସ୍ତରକୁ ଖସିଲା ଭାରତ ।

228

ଦେଶରେ ବୃଦ୍ଧି ପାଉଛି ଭ୍ରଷ୍ଟାଚାର । ଟ୍ରାନ୍ସଫରେନ୍ସି ଇଣ୍ଟରନ୍ୟାସନାଲ (ସିପିଆଇ) ସବୁଠୁ ଭ୍ରଷ୍ଟ ଦେଶର ସୂଚୀ ଜାରି କରିଛି । ଏଥିରେ ଭାରତର ସୂଚକାଙ୍କ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ୧୮୦ ଦେଶ ମଧ୍ୟରୁ ଭାରତ ୨୦୧୯ ରେ ୮୦ ତମ ସ୍ଥାନରେ ରହିଥିବା ବେଳେ ୨୦୧୮ ରେ ୭୮ ତମ ସ୍ଥାନରେ ଥିଲା । ଟ୍ରାନ୍ସଫରେନ୍ସି ଇଣ୍ଟରନ୍ୟାସନାଲ ତାଲିକାରେ ବାର୍ଷିକ ବୈଠକ ଜରିଆରେ ଏହି ସୂଚକାଙ୍କର ରିପୋର୍ଟ ଜାରି କରିଯାଇଛି । ଏହି ସୂଚକାଙ୍କରେ ଡେନମାର୍କ ଓ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନରେ ରହିଥିବା ବେଳେ ପଡୋଶୀ ଦେଶ ପାକିସ୍ତାନ ୧୨୦ ତମ ସ୍ଥାନରେ ରହିଛି ।

୨୦୧୭ ଇଣ୍ଡେକ୍ସରେ ଭାରତ ୪୦ ଅଙ୍କ ସହିତ ୮୧ ସ୍ଥାନରେ ଥିଲା । ଏହା ପୂର୍ବରୁ ୨୦୧୬ ରେ ଭାରତ ଏହି ଇଣ୍ଡେକ୍ସରେ ୭୯ ସ୍ଥାନରେ ସ୍ଥାନିତ ହୋଇଥିଲା । ବର୍ତ୍ତମାନ ଫିନଲ୍ୟାଣ୍ଡ, ସିଙ୍ଗାପୁର, ସ୍ୱିଡେନ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ଜର୍ମାନୀ ଓ ଲକ୍ଜମବର୍ଗ ସୂଚକାଙ୍କର ଶୀର୍ଷ ୧୦ ରେ ସାମିଲ ଅଛି । ଏହି ସୂଚୀ ଶୂନ ଠାରୁ ଶହେ ପର୍ଯ୍ୟନ୍ତ ଥିବା ଅଙ୍କଗୁଡିକର ଆଧାରରେ ତିଆରି କରାଯାଇଥାଏ । ଶୁନ୍ୟ ଅଙ୍କ ହାସଲ କରିଥିବା ଦେଶକୁ ସବୁଠାରୁ ଭ୍ରଷ୍ଟାଚାର ଦେଶ ବୋଲି କୁହାଯାଉଥିବା ବେଳେ , ୧୦୦ ଅଙ୍କ ହାସଲ କରିଥିବା ଦେଶ ହେଉଛି ସଚ୍ଚୋଟ ଦେଶ ।