କୋଭିଡ କେନ୍ଦ୍ରର ମରାମତି ନାଁରେ ମହା ଦୁର୍ନୀତି : କେନ୍ଦ୍ରାପଡାରୁ ଆସିଲା ସାଂଘାତିକ ଅଭିଯୋଗ; ମରାପତି ପରେ ପୁଣି ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡରକୁ ନେଇ ଉଠିଲା ପ୍ରଶ୍ନ

103

କନକ ବ୍ୟୁରୋ : ପ୍ରଥମେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ମରାମତି କରାଗଲା । ପରେ ସେଗୁଡିକୁ କୋଭିଡ ସେଂଟରରେ ପରିଣତ କରାଗଲା । ଏବେ ଏହାର ଅବସ୍ଥା ଖରାପ ଥିବାରୁ ବାତ୍ୟା ଆସିଲେ ଏଥିରେ ରହିବା ନେଇ ଅସୁବିଧା ହେବ ଦର୍ଶାଇ ପୁଣିଥରେ ମରାମତି କରିବା ପାଇଁ ଟେଣ୍ଡର ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମ୍ୟ ଉନ୍ନୟମ ବିଭାଗ ନାଁରେ ଏହି ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ ।

ମରାମତି ହୋଇସାରିଥିବା ବାତ୍ୟା ଆଶ୍ରୟସ୍ଥଳୀର ପୁଣିଥରେ ମରାମତି ପାଇଁ ଟେଣ୍ଡର । ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରୁ । ରାଜନଗର ବ୍ଲକରେ ଥିବା ୩୫ଟି ଓସଡମା ବାତ୍ୟା ଆଶ୍ରୟସ୍ଥଳୀ ସମେତ ଜିଲ୍ଲାର ୫୦ଟି ଓସଡମା ବାତ୍ୟା ଆଶ୍ରୟସ୍ଥଳୀ ଖରାପ ହୋଇଯାଇଥିବା ଦର୍ଶାଇ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟମ ବିଭାଗ ତରଫରୁ ଠିକାଦାର ନିଯୁକ୍ତ କରାଯାଇଥିବା ଅଭିଯୋଗ ହୋଇଛି । ମାର୍ଚ୍ଚ ମାସରୁ ଏହି ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ କ୍ୱାରେନଟିନ ସେଂଟର କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପଂଚାୟତ ପକ୍ଷରୁ ଅର୍ଥ ଖର୍ଚ୍ଚ କରାଯାଇ ଛୋଟବଡ ମରାମତି କାମ ଶେଷ ହୋଇଥିଲା । ମାତ୍ର ଏପ୍ରିଲ ୨୦ ତାରିଖରେ ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଖରାପ ହୋଇପଡିଥିବା ଦର୍ଶାଇ ମରାମତି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବା ଅଭିଯୋଗ ହୋଇଛି ।