କନକ ବ୍ୟୁରୋ: ପଦାରେ ପଡ଼ିଲା ସମଲେଇ ମନ୍ଦିର ପ୍ରକଳ୍ପ କେଳେଙ୍କାରୀ। ପ୍ରକଳ୍ପ କାମ କରିଥିବା ଠିକାସଂସ୍ଥାର ମୁଖା ଖୋଲୁଛି। ନିମ୍ନମାନର କାମର ପର୍ଦ୍ଦା ଖୋଲୁଛି ରାସ୍ତା। ଖୁବ୍ ଜୋରସୋରରେ କାମ କରି ବେଶ ଆଡମ୍ବରରେ ଉଦଘାଟନ କରିଥିଲେ ପୂର୍ବତନ ସରକାର। ହେଲେ ପ୍ରକଳ୍ପ ଉଦଘାଟନ ମାସ କେଇଟା ପରେ ରାସ୍ତାର ଦୂରାବସ୍ଥା ଭୋଗିବାକୁ ପଡୁଛି। ରାସ୍ତାର ମରାମତି କରାଯାଉନାହିଁ। ସିମେଣ୍ଟ ଇଟା ବସିଛି, ହେଲେ ଆବଶ୍ୟକମାତ୍ରାରେ ପେଷ୍ଟିଂ କରାଯାଇନାହିଁ। ଫଳରେ ରାସ୍ତାରେ ପଡ଼ିଥିବା ଫେବର ବ୍ଲକ ଉଠିବା ଆରମ୍ଭ କଲାଣି। ଅନେକ ସମୟରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏହି  ରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ  ପ୍ରକଳ୍ପ ସ୍ଥଳରେ ହୋଇଥିବା ଛୋଟଛୋଟ କଂକ୍ରିଟ୍ ବାଡ଼ ମଧ୍ୟ ଫାଟିଗଲାଣି। ପୁରା କାର୍ୟ୍ୟକୁ ଦେଖିଲେ ପ୍ରକଳ୍ପର ଦୁର୍ନୀତି ପଦାରେ ପଡ଼ିଛି। ଠିକାଦାର ନିମ୍ନମାନ କାର୍ୟ୍ୟକୁ ନେଇ ପ୍ରଶ୍ନ ଉଠିବା ସହ ସମଲେଇ ପ୍ରକଳ୍ପ ସ୍ଥାୟୀତ୍ୱକୁ ସନ୍ଦେହ ପ୍ରକାଶ କରିଛନ୍ତି ସମ୍ୱଲପୁରବାସୀ।