କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମନରେଗା କାମକୁ ନେଇ ଅଭିଯୋଗର ଲମ୍ବା ତାଲିକା ରହିଛି । ସରକାରୀ ଟାର୍ଗେଟ ପୂରଣ ପାଇଁ ଶ୍ରମିକ ବଦଳରେ ମେସିନ କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଛି । ନନ୍ଦାହାଣ୍ଡି ବ୍ଲକ ଧଣ୍ଡରା ପଞ୍ଚାୟତରୁ ଆସିଛି ଭିନ୍ନ ଏକ ଅଭିଯୋଗ । ପଞ୍ଚାୟତର ନରସିଂହଗୁଡା ଗାଁରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୧୭ ଲକ୍ଷ ୭୯ ହଜାର ଟଙ୍କା ମଞ୍ଜୁର ହୋଇଛି । ହେଲେ ଆଜି ଯାଏଁ ହାଟପଦା ଠାରେ କିଛି କାମ ହୋଇନାହିଁ, କିନ୍ତୁ ଶ୍ରମିକଙ୍କ ଆକାଉଣ୍ଟକୁ ୧ ଲକ୍ଷ ୫୧ ହଜାର ଟଙ୍କା ପଠାଯାଇଛି । କାମ ନହୋଇ ବିଲ ହୋଇଥିବା ଜାଣିବା ପରେ ଗ୍ରାମବାସୀ ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ।

Advertisment

କାମ କରିନଥିବା ଶ୍ରମିକଙ୍କ ଜବକାର୍ଡ ବ୍ୟବହାର କରି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କଲା କିଏ? ସରକାରୀ କର୍ମଚାରୀ ନା ଠିକାଦାର, କିଏ ସେହି କାର୍ପଟଦାର? ତାକୁ ଖୋଜି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସେପଟେ ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ତେବେ ଏହି ଦୁର୍ନୀତି ଅଭିଯୋଗର ଖୁବ ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।