କନକ ବ୍ୟୁରୋ: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନଶ୍ଚିନ୍ତ ଯୋଜନା ତଥା ମନରେଗାରେ ଶ୍ରମିକଙ୍କୁ ମିଳୁନି କାମ । ମେସିନ୍ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଶ୍ରମିକ କାମ ନ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । କେତକ କ୍ଷେତ୍ରରେ ମନରେଗାରେ ଶ୍ରମିକଙ୍କୁ ଜବ୍ କାର୍ଡ ଦିଆନଯାଇ ଦିନ ମଜୁରୀଆ ଭାବେ ପାରିଶ୍ରମିକ ଦିଆଯାଇଛି । ଏପରିକି ଜବ୍ କାର୍ଡ ପାଇଁ ଶ୍ରମିକଙ୍କ ଠାରୁ ସରକାରୀ ଅଧିକାରୀମାନେ ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲ୍ଲା ତୁରେକୁଲା ବ୍ଳକ କମେଇମୁଣ୍ଡା ପଂଚାୟତରେ ମନରେଗା ଯୋଜନାରେ ଏଭଳି ଦୁର୍ନୀତି ସାମ୍ନାକୁ ଆସିଛି ।

Advertisment

ଶ୍ରମିକଙ୍କ ରୋଜଗାର ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମନରେଗା ଅଧିନରେ ପଂଚାୟତରେ ହେଉଥିବା କାମରେ ଶ୍ରମିକମାନଙ୍କୁ ନିୟୋଜିତ କରିବାକୁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ପଂଚାୟତ ଏବଂ ସରକାରୀ ଅଧିକାରୀମାନେ ଏହାକୁ ପାଳନ କରୁନାହାଁନ୍ତି । କମେଇମୁଣ୍ଡା ପଂଚାୟତରେ ୩ ଶହରୁ ଅଧିକ ଜବ କାର୍ଡ ଧାରୀ ରହିଥିଲେ ମଧ୍ୟ ସେମାନଙ୍କୁ ମାଟି ଖୋଳା କାମରେ ନିୟୋଜିତ କରାଯାଉନାହିଁ । ପଂଚାୟତରେ ବିଭିନ୍ନ ସ୍ଥାନରେ ମନରେଗାରେ କାର୍ଯ୍ୟରେ ଟ୍ରାକ୍ଟର ସାହାଯ୍ୟରେ ପୋଖରୀ ଖୋଳାଯାଉଥିବା ଅଭିଯୋଗ ହୋଇଛି ।