ରାଜନଗର ଗହୀରମଥାରେ ମାଛ କେଳେଙ୍କାରୀ ପ୍ରସଙ୍ଗ : ଗହୀରମଥା ଫରେଷ୍ଟର ପ୍ରଫୁଲ୍ଲ ମାଝୀ ସସପେଣ୍ଡ 

Advertisment
ରାଜନଗର ଗହୀରମଥାରେ ମାଛ କେଳେଙ୍କାରୀ ପ୍ରସଙ୍ଗ : ଗହୀରମଥା ଫରେଷ୍ଟର ପ୍ରଫୁଲ୍ଲ ମାଝୀ ସସପେଣ୍ଡ 

କନକ ବ୍ୟୁରୋ : ଗହୀରମଥା ଫରେଷ୍ଟର ନିଲମ୍ବିତ । ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାର ନିଷିଧାଂଚଳରେ ବେଆଇନ ଭାବେ ମାଛ ଧରୁଥିବା ଟ୍ରଲରରୁ ଜବତ ହୋଇଥିବା ୧୬ କୁଇଂଟାଲ ମାଛ ବଦଳରେ ଜବତ ତାଲିକାରେ ମାତ୍ର ୨ କୁଇଂଟାଲ ମାଛ ଦେଖାଇଥିଲେ ବନବିଭାଗ କର୍ମଚାରୀ । ଏନେଇ କନକନ୍ୟୁଜରେ ବାକି ୧୪ କୁଇଂଟାଲ ମାଛ କୁଆଡେ ଗଲା ସେ ନେଇ ପ୍ରଶ୍ନ ଉଠାଯାଇଥିଲା ।

ଏହି ଖବର ପ୍ରସାରଣ ପରେ ରାଜନଗର ବନଖଣ୍ଡ ଅଧିକାରୀ ଗହୀରମଥା ରେଞ୍ଜରେ ଫରେଷ୍ଟର ପ୍ରଫୁଲ ମାଝୀଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ନଭେମ୍ବର ୨୯ରେ ଗହୀରମଥାର ନିଷିଧାଂଚଳରେ ମାଛ ଧରୁଥିବା ଲକ୍ଷ୍ମୀ ତାରିଣୀ-୩ ଟ୍ରଲର ଓ ସେଥିରେ ଥିବା ୧୬ କୁଇଂଟାଲ ମାଛ ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିଲା ବନ କର୍ମଚାରୀ । ଏଥିସହ ୮ ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଗିରଫ କରିଥିଲେ ବନ କର୍ମଚାରୀ । ହେଲେ ପରେ କୋର୍ଟକୁ ଦିଆଯାଇଥିବା ଜବତ ତାଲିକାରେ ଅନ୍ୟାନ୍ୟ ସାମଗ୍ରୀ ସହ ମାତ୍ର ଦୁଇ କୁଇଂଟାଲ ସାମୁଦ୍ରିକ ମାଛ ଜବତ ହୋଇଥିବା ଦର୍ଶାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe