ନିଯୁକ୍ତିରେ ହୋଇଥିଲା ଦୁର୍ନୀତି? କୁବେର ପିଏସଙ୍କ ଘରେ ଚଢାଉରୁ ମିଳିଲା ନିଯୁକ୍ତ ସମ୍ବଳିତ କାଗଜପତ୍ର ଓ ଆଡମିଟକାର୍ଡ

201

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଭିଜିଲାନ୍ସ ବିଭାଗ ଜବତ କରିଛି, ଆଡମିଟ କାର୍ଡ ଓ ଅନ୍ୟ କାଗଜ ପତ୍ର ଜବତ ହୋଇଛି । ଓଏସଏସସି ଏକଜାମର ଆଡମିଟ କାର୍ଡ ବ୍ୟକ୍ତିଗତ ସଚିବଙ୍କ ଘରୁ ଜବତ ହେବା ନିଯୁକ୍ତି ଜାଲିଆତି ଆଡକୁ ସ୍ପଷ୍ଟ ଇଙ୍ଗିତ କରୁଛି । ସେହିପରି ତାଙ୍କ ବାସଭବନରୁ ବର୍ତମାନ ସୁଦ୍ଧା ପାଖାପାଖି ୪ କୋଟି ଟଙ୍କା ର ସଂପତି ଠାବ ହୋଇଛି । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରେସ ରିଲିଜ କରି ସୂଚନା ଦିଆଯାଇଛି ।

ଭିଜିଲାନ୍ସ ବିଭାଗର ପ୍ରେସ ରିଲିଜ ଅନୁସାରେ ନିଳାଦ୍ରୀ ବିହାରରେ ଦ୍ୱିତଳ ପ୍ରାସାଦ, ଭୁବନେଶ୍ୱର ଭକ୍ତି ବିହାର ଓ କଟକ ଗୋଡିବନ୍ଧରେ ଘର ଅଛି । ସେହିପରି ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ୧୪ଟି ପ୍ଲଟ ବିରଞ୍ଚିଙ୍କ ନାଁରେ ରହିଛି । ଗୋଟିଏ ଚାରି ଚକିଆ ଯାନ, ଦୁଇଟି ବାଇକ, ୫୬ ଲକ୍ଷ ଟଙ୍କାର ବିମା କାଗଜ ପତ୍ର ଜବତ ହୋଇଛି ।

ତାଙ୍କ ଓ ତାଙ୍କର ସଂପର୍କିୟୀଙ୍କ ଘରୁ ୨୫ ଲ କ୍ଷ ନଗଦ ଟଙ୍କା ଜବତ କରାଯାଇଛି । ପ୍ରାୟ ୬୦ ଲ କ୍ଷ ଟଙ୍କାର ଦେଢ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ । ବର୍ତମାନ ସୁଦ୍ଧା ବିରଂଚି ସାହୁଙ୍କ ଘରୁ ୩ କୋଟି ୭୯ ଲକ୍ଷ ଟଙ୍କାର ସଂପତି ଠାବ କରିଛି ଭିଜିଲାନ୍ସ ।