କନକ ବ୍ୟୁରୋ: ଜାଲ୍ କାଗଜପତ୍ରରେ ବାଲେଶ୍ୱର ଭୋଗରାଇର ଦାହୁଣଦା ସେବା ସମବାୟ ସମିତି ଅଧିନସ୍ଥ ଚାଷୀଙ୍କ ନାଁରେ କୋଟିକୋଟିର ଋଣ ଉଠିଛି। ୨୦୧୧ ରୁ ୧୫ ମଧ୍ୟରେ ୧୮ ଶହ ଚାଷୀଙ୍କ ନାଁରେ ଋଣ ଟଙ୍କା ହଡ଼ପ ହୋଇଛି । ସମିତିର ତତ୍କାଳୀନ ସମ୍ପାଦକ ସୁବଳ କୁମାର ସାହୁ, ସେଲ୍ସମ୍ୟାନ୍ ଅନନ୍ତ ବାରିକ ଏସବୁ କାରବାର କରିଛନ୍ତି। ପ୍ରାୟ ୪ କୋଟି ୬୭ ଲକ୍ଷ ଟଙ୍କାର ଋଣ ଟଙ୍କା ଦୁର୍ନୀତି ନେଇ ବାଲେଶ୍ଵର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି।
ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରି ଚୁପ୍ ବସିଛି ବିଭାଗ
ନ୍ୟାୟ ପାଇଁ ୮ ବର୍ଷର ଅପେକ୍ଷା
ତତ୍କାଳୀନ ବାଲେଶ୍ଵର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର କର୍ତ୍ତୃପକ୍ଷ ଋଣ ଜାଲିଆତିର ତଦନ୍ତ କରିଥିଲେ। ସମିତିର ତତ୍କାଳୀନ ସମ୍ପାଦକ ଓ ସେଲ୍ସମ୍ୟାନ୍ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ। ଦୁଇ କର୍ମଚାରୀଙ୍କ ନିଲମ୍ବନ ଛଡ଼ା ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ସେପଟେ ଋଣ ଘୋଟାଲାରେ ଫସିଥିବା ଚାଷୀଙ୍କୁ ଋଣ କି କୌଣସି ସରକାରୀ ସହାୟତା ମିଳୁନାହିଁ । ପୁରୁଣା ସରକାର ସମୟରେ ଚାଷୀଙ୍କ ସମସ୍ୟା ସମାଧାନ ହେଲା ନାହିଁ, ନୂଆ ସରକାର ତୁରନ୍ତକୁ ଅଗ୍ରଗତି କରି ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି ହୋଇଛି।