ଅଙ୍ଗନବାଡି ପିଲାଙ୍କ ୟୁନିଫର୍ମ ବଣ୍ଟାରେ ଜାଲିଆତି!  ବିନା ଟେଣ୍ଡରରେ ୧୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ଅଙ୍ଗନବାଡି ପିଲାଙ୍କ ୟୁନିଫର୍ମ ବଣ୍ଟାରେ ଜାଲିଆତି!  ବିନା ଟେଣ୍ଡରରେ ୧୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

କନକ ବ୍ୟୁରୋ: ଅଙ୍ଗନବାଡି କୁନି କୁନି ପିଲାଙ୍କ ୟୁନିଫର୍ମରେ ଦୁର୍ନୀତି ଅଭିଯୋଗ। ୩ ହଜାର ୬୮୬ ଜଣ ପିଲାଙ୍କ ପୋଷାକ କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି । କଟକ ନିଆଳି ବ୍ଲକ ୨୩ ଗୋଟି ପଞ୍ଚାୟତରେ ୮ଟି ସେକ୍ଟରରେ ଏହି ଘୋଟାଲା ହୋଇଥିବା ଅଭିଯୋଗ।

୩ ହଜାର ୬୮୬ ଜଣ ପିଲାଙ୍କ ମଧ୍ୟରୁ ୧ ହଜାର ୮୮୭ ଜଣ ପୁଅ ,୧ ହଜାର ୭୯୯ ଜଣ ଝିଅ ରହିଛନ୍ତି। ପୋଷାକ ପାଇଁ ୧୧ ଲକ୍ଷ ୭୮ ହଜାର ୫ ଶହ ଟଙ୍କା ଯୋଗାଇ ଦିଆଯାଇଛି । ଗୋଟିଏ ପିଲାଙ୍କୁ ପ୍ରାୟ ୩୨୦ ଟଙ୍କା ବ୍ୟୟବରାଦ କରାଯାଇଛି । କିନ୍ତୁ ଏତେ ଟଙ୍କା ଟେଣ୍ଡର ଦିଆଯାଇନଥିବା ବେଳେ ୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଙ୍ଗନବାଡି ୟୁନିଫର୍ମ ଯୋଗାଇ ଦେବେ ବୋଲି ଜଣାପଡିଛି । ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟବସାୟୀଙ୍କ ଠାରୁ କପଡା ବଦଳରେ ସାର୍ଟ ପ୍ୟାଣ୍ଟ କିଣାଯାଇ ମୋଟା ଅଙ୍କର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କେଉଁ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୟୁନିଫର୍ମ ବାଣ୍ଟିବାକୁ ଦିଆଯାଇଛି ସିଡିପିଓ ଗୀତା ଗାୟତ୍ରୀ ରଥଙ୍କ ନିକଟରେ ଖବର ନାହିଁ ।  ୨୬ଟି ସ୍ୱୟଂ ସହାୟକ ଗୋଷ୍ଟୀ ଅଙ୍ଗନବାଡି ୟୁନିଫର୍ମ ପାଇବା ପାଇଁ ଆବେଦନ କରିଥିଲେ  ମାତ୍ର ୫ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ କିପରି ଦିଆଗଲା ତାହା ଏବେ ବଡ଼ ପ୍ରଶ୍ନ। ଏହାକୁ ନେଇ ରାଣୀଓଳା ପଞ୍ଚାୟତର ମହାସଂଘର ମହିଳାମାନେ ସିଡିପିଓଙ୍କୁ ଘେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe