କନକ ବ୍ୟୁରୋ : କଟକ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ଟେଣ୍ଡର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ମୋକିମ୍ କହିଛନ୍ତି ଯେ, ବାଲିଯାତ୍ରା ପାଇଁ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ସ୍ଥାୟୀ କାମ ନକରି ଅସ୍ଥାୟୀ କାମ କରି ଅର୍ଥଲୁଟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ବାଲିଯାତ୍ରାର ପ୍ରମୁଖ ଗେଟ ଦୁଇଟି ପାଇଁ ୩୬ ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା । ହେଲେ ଟେଣ୍ଟମାଲିକଙ୍କୁ ମାତ୍ର ୨ଟି ଗେଟ ପାଇଁ ୧୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ମୋକିମ୍ ଅଭିଯୋଗ କରିଛନ୍ତି ।
ଏହି ଦୁର୍ନୀତିକୁ ନେଇ ଶାସକ ଦଳ ମଧ୍ୟ ଆରଡିସିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ବୋଲି ସେ କହିଛନ୍ତି । ମେୟର ଓ କମିଶନରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଦୁର୍ନୀତି ସମ୍ଭବ ବୋଲି ମୁକିମ୍ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/Capture-16.jpg)