କ୍ରୀଡା ସାମଗ୍ରୀ କିଣାରେ ବଡ଼ ଦୁର୍ନୀତି ; ବିନା ଟେଣ୍ଡରରେ ଆମ ଓଡ଼ିଶା-ନବୀନ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହୋଇଛି ୬୩ ଲକ୍ଷ ଟଙ୍କା

କ୍ରୀଡା ସାମଗ୍ରୀ କିଣାରେ ବଡ଼ ଦୁର୍ନୀତି ; ବିନା ଟେଣ୍ଡରରେ ଆମ ଓଡ଼ିଶା-ନବୀନ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହୋଇଛି ୬୩ ଲକ୍ଷ ଟଙ୍କା

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ଆମ ଓଡ଼ିଶା-ନବୀନ ଓଡ଼ିଶା ଯୋଜନାରେ ଅନିୟମିତତା ନେଇ ଗୁରୁତର ଅଭିଯୋଗ ଆସିଛି। ଏହି ଯୋଜନାରେ ୨୭ଟି ପଞ୍ଚାୟତ ପାଇଁ କ୍ରୀଡା ସାମଗ୍ରୀ କିଣାକୁ ନେଇ କୌଣସି ଟେଣ୍ଡର ହୋଇନାହିଁ। ବିନା ଟେଣ୍ଡରରେ ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ପ୍ରତି ପଞ୍ଚାୟତକୁ ୨ଲକ୍ଷ ୪୨ ହଜାର ଟଙ୍କାର କ୍ରୀଡ଼ା ଉପକରଣ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରର ଏଖ ନିର୍ଦ୍ଦିଷ୍ଟ ସଂସ୍ଥାକୁ କ୍ରୀଡା ସାମଗ୍ରୀ ଯୋଗାଣ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ସଂସ୍ଥାକୁ ଅନୁକମ୍ପା ଦେଖାଯାଇଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଛି। ବଜାର ଦର ଠାରୁ ଢେର ଅଧିକ ମୂଲ୍ୟରେ କ୍ରୀଡ଼ା ସାମଗ୍ରୀ କିଣାଯାଇଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe