କଟକ ମେୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ: ସିଏମସି କାଉନସିଲର ବୈଠକରେ କଂଗ୍ରେସ କର୍ପୋରେଟରଙ୍କ ହଟ୍ଟଗୋଳ

189

କନକ ବ୍ୟୁରୋ: କଟକ ମେୟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ । ସିଏମସି କାଉନସିଲ ବୈଠକ ଆରମ୍ଭରୁ ଦୁର୍ନୀତି ଅଭିଯୋଗ ଆଣି କଂଗ୍ରେସ କର୍ପୋରେଟର ହଟ୍ଟଗୋଳ କରିଥିଲେ । ସରକାରୀ ଅର୍ଥର ଅପବ୍ୟବହାର ନେଇ କଂଗ୍ରେସ କର୍ପୋରେଟର ହଟ୍ଟଗୋଳ କରିଥିଲେ । ସରକାରୀ ଅର୍ଥରେ ମୋ ୱାର୍ଡ ଅଭିଯାନ କଲେ ଏଥିରେ ଯେଉଁ ଅର୍ଥ ବ୍ୟୟ ହେଉଛି ତାହାର ସୁଫଳ କଣ ମିଳୁଛି ବୋଲି ପ୍ରଶ୍ନ କରି ହୋହାଲ୍ଲା କରିଥିଲେ କଂଗ୍ରେସ କର୍ପୋରେଟର । ଏହାକୁ ଶାସକ ଦଳର କିଛି କର୍ପୋରେଟର ବିରୋଧ କରିଥିଲେ । ତେବେ ମେୟର ବିରୋଧର କର୍ପୋରେଟରଙ୍କୁ ଡାକି ନିଜ ପ୍ରକୋଷ୍ଠରେ ଆଲୋଚନା ପାଇଁ ଉଦ୍ୟମ କରିଥିଲେ । ସେପଟେ ମେୟରଙ୍କ ଚ୍ୟାମ୍ବରରେ ଶାସକ ଦଳର କର୍ପୋରେଟର କଂଗ୍ରେସ କର୍ପୋରେଟରଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ କରିଛନ୍ତି । ଶେଷରେ ଆଜି ବସିଥିବା ବୈଠକରେ ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟ ଉପରେ ଆଲୋଚନା ସମ୍ପୂର୍ଣ୍ଣ ହୋଇନାହିଁ । ଗଣମାଧ୍ୟମରେ ମାଇଲେଜ ନେବା ପାଇଁ ମେୟର ଏପରି କରୁଥିବା କହିଛନ୍ତି ବିରୋଧୀ କର୍ପୋରେଟର । ଅପରପକ୍ଷରେ କିଛି କର୍ପୋରେଟରର ବିରୋଧ କରି ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋଚନାକୁ ଭଣ୍ଡୁର କରିବା ନିନ୍ଦନୀୟ ବୋଲି କହିଛନ୍ତି କଟକ ମେୟର ।