କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ମଣ୍ଡି ଦୁର୍ନୀତିର ଭିତିରି କଥା । ବିକ୍ରି ହୋଇନି ଚାଷୀ ଧାନ, କିନ୍ତୁ ଆକାଉଣ୍ଟକୁ ଆସୁଛି ଟଙ୍କା, ଚଞ୍ଚକତା କରି ଉଠାଇ ନେଇଛନ୍ତି ସମବାୟ ସମିତି କର୍ତୃପକ୍ଷ ।

178
କନକ ବ୍ୟୁରୋ: ଚାଷୀ ନିଜର ହକ ପାଇଁ ଦିର୍ଘନିନ ହେବେ ଲଢେଇ ଜାରି ରଖିଛି । ବାଦ ବିବାଦରେ କମ୍ପୁଛି ସାରା ରାଜ୍ୟ । କିନ୍ତୁ କେନ୍ଦ୍ରାପଡା ଜିଲ୍ଲରେ ଧାନ ନଦେଇ ଚାଷୀ ପାଇଛନ୍ତି ନ୍ତି ଟଙ୍କା । ସମବାୟ ସଂସ୍ଥା କର୍ମଚାରୀମାନେ ଅର୍ଥ ହଡପ କରିବା ପାଇଁ ଚାଷୀଙ୍କୁ ମୋହରା ବନେଇଛନ୍ତି ।
ଟୋକନ ପାଇ ବି ଚାଷି ଧାନ ବିକ୍ରି କରି ପାରିନାହାନ୍ତି । ପ୍ରତିବାଦରେ ଚାଷୀ ଆନ୍ଦୋଳନ କରିବା ସହ ରାସ୍ତାରୋକ କରୁଛନ୍ତି, କିନ୍ତୁ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଭିନ୍ନ୍ କଥା । ଏଠି ଧାନ ନଦେଇ ଚାଷୀଙ୍କ ଆକାଉଂଟକୁ ଆସୁଛି ଟଙ୍କା । ଆଉ ଚଂଚକତା କରି ସେ ଟଙ୍କାକୁ ଉଠାଇ ନେଉଛନ୍ତି ସୋସାଇଟିି ସଂପଦକ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଅମେଇପାଳ ସମବାୟ ସଂସ୍ଥା ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ ।
ଅମେଇପାଳ ସୋସାଇଟିରେ ଧାନ ବିକିବା ପାଇଁ ଡିସେମ୍ବର ମାସରେ ସରୋଜଙ୍କ ମୋବାଇଲକୁ ମେସେଜ ଆସିଥିଲା । ଡେସେମ୍ବର ଯାଇ ମାର୍ଚ ହେଲାଣି, ସରୋଜଙ୍କ ଧାନ ନେଇ ନାହାନ୍ତି ମଣ୍ଡି କର୍ତୃପକ୍ଷ କିନ୍ତୁ ତାଙ୍କ ଆକାଉଂଟକୁ ଆସିଛି ୭୪ ହଜାର ୬୨୬ ଟଙ୍କା । ଆଉ ଚଂଚକତା କରି ମଣ୍ଡି କର୍ତୃପକ୍ଷ ସେଥିରୁ ୪୯ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ସରୋଜ ।
ଏହି ଅଭିଯୋଗ ଆସିବା ପରେ ଅମେଇପାଳ ସୋସାଇଟିର ସଂପାଦକଙ୍କ ପ୍ରତିକ୍ରିୟା ମିଳି ନାହିଁ । କିନ୍ତୁ ତାଙ୍କ ଅଫିସର ପିଅନ ଓ ଡାଟା ଏଂଟ୍ରି ଅପରେଟର କହିଛନ୍ତି ସରୋଜଙ୍କ ଧାନ ସୋସାଇଟିର ଅଛି, ଓଜନ ହୋଇ ନାହିଁ କି ମିଲର ନେଇ ନାହଁନ୍ତି । ତେଣୁ ସମବାୟ ସମିତିରେ ଧାନ କିଣା ବିକାକୁ ନେଇ ଦୁର୍ନୀତି ହେଉଥିବା ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଯୋଗାଣ ଅଧିକାରୀ ।
ଏଠି ପ୍ରଶ୍ନ ଉଠୁଛି ସମବାୟ ସମିତିରେ ଧାନ ଥିବା ବେଳେ ଚାଷୀଙ୍କ ଆକାଉଂଟକୁ ଟଙ୍କା ଆସିଲା କେମିତି? ଧାନ କଂଟା ହୋଇନି ଓଜନ ଜଣାପଡିଲ କେମିତି? କେତେ ଓଜନର ଧାନ ପାଇଁ ଏତେ ଟଙ୍କା ଆସିଲା କେମିତି?