ଭୋଟରଙ୍କ ପାଇଁ ବଡ ଖବର । ନିର୍ଭୁଲ ଭୋଟର କାର୍ଡ ପାଇଁ କେଉଁଠି ଓ କେମିତି କରିବେ ଆବେଦନ?

610

କନକ ବ୍ୟୁରୋ : ଭୋଟର ତାଲିକା ସଂଶୋଧନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ପ୍ରେସମିଟ୍ । ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଭୋଟର ତାଲିକାରେ ନାଁ ରହିଛି କି ନାହିଁ କିମ୍ବା ନିର୍ଭୁଲ ଅଛି କି ନାହିଁ  ତାହା ଯାଞ୍ଚ କରି ନିଅନ୍ତୁ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ । ଏହାଛଡା ଆସନ୍ତା  ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠି ବି ଆବେଦନ କରିପାରିବେ ଭୋଟର । ଏହାଛଡା ଜାନୁଆରୀ ପହିଲା ୨୦୨୨ ସୁଦ୍ଧା ୧୮ ବର୍ଷ ପାର କରୁଥିଲେ ନୂଆ ଭୋଟର ଆଇଡି କାର୍ଡ ପାଇଁ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଭୋଟର ତାଲିକାରେ ନାଁ ଯୋଡିବା ପାଇଁ ଫର୍ମ ନମ୍ବର ୬ରେ ଆବେଦନ କରିପାରିବେ । ସେହିଭଳି ନାଁ କାଟିବା ପାଇଁ ୭ ନମ୍ବର ଫର୍ମ, ନାମ ସଂଶୋଧନ ପାଇଁ ୮ ନମ୍ବର ଫର୍ମ, ସେହିଭଳି ଅନ୍ୟ କେଉଁଠିକୁ ସ୍ଥାନାନ୍ତରିତ କରିବାକୁ ଚାହୁଁଥିଲେ ଫର୍ମ ନମ୍ବର ୮ଏ’ରେ ଆବେଦନ କରିପାରିବେ ।  ନାଁ, ବୟସ, ଠିକଣା, ଫଟୋ ଭୁଲ ଥିଲେ ଫର୍ମ ନମ୍ବର ୮ରେ ଆବେଦନ କରି ସଂଶୋଧନ କରିପାରିବେ । ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ଭୋଟର । ସ୍ମାର୍ଟଫୋନରେ ଭୋଟର ହେଲ୍ପଲାଇନ ଆପରେ ଆବେଦନ କରିପାରିବେ ।ଆଉ ଏଥିପାଇଁ  ଜନ୍ମ ତାରିଖ ଥିବା ପ୍ରମାଣପତ୍ର, ଠିକଣା ଥିବା ପ୍ରମାଣ ପତ୍ର ଓ ଫଟୋ ଦେଇ ଆବେଦନ କରିପାରିବେ ।ଅନଲାଇନ ଆବେଦନ କରୁଥିବା ବେଳେ ସଠିକ ଠିକଣା ଦିଅନ୍ତୁ, ମୋବାଇଲ ନମ୍ବର ଦିଅନ୍ତୁ । ଯାହାଫଳରେ ବେଶ ସହଜରେ ସଂଶୋଧିତ ଭୋଟର ଆଇଡି କାର୍ଡ ପାଇପାରିବେ ।

ଏହାବାଦ୍ ଅଫଲାଇନରେ ଆବେଦନ କରିବାକୁ ଚାହୁଁଥିଲେ ଆସନ୍ତା ୨୧ରେ ସ୍ପେଶାଲ କ୍ୟାମ୍ପେନ ହେବ । ଆଉ ଏହିଦିନ ବୁଥରେ ଉପସ୍ଥିତ ଥିବା ବିଏଲଓ ମାନଙ୍କ ସହାୟତାରେ ମଧ୍ୟ ଆବେଦନ କରିପାରିବେ ଏବଂ ନିଜ ଭୋଟର ତାଲିକା ନାଁ ରହିଛି କି ନାହିଁ ଜାଣିପାରିବେ । ଚଳିତଥର ଅନଲାଇନ ଆବେଦନ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ସେ ମଧ୍ୟରୁ ୮୦ ପ୍ରତିଶତ ଆମେ ଅନଲାଇନ ମାଧମରେ ମିଳିଛି। ଗତ ବର୍ଷ ଏହା ୮ ପ୍ରତିଶତ ରହିଥିଲା । ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଡ଼ବଲ ଆଇଡି ଡ଼ିଲିଡ଼ କରାଯାଇଛି, ଆଗକୁ ମଧ୍ୟ ସେହିଭଳି ଆଇଡିକୁ ଡିଲିଟ କରାଯିବ ।