କନକ ବ୍ୟୁରୋ: ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ସିଏମସି କାର୍ଯ୍ୟାଳୟରେ ଆଲୋଚନା କଲେ ମେୟର ଓ କମିଶନର । ତେବେ ସମସ୍ତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନରୁ ହଟିଛନ୍ତି ବିରୋଧୀ କର୍ପୋରେଟର । ଜାଣିରଖିବା ଉଚିତ୍ ଯେ, କଟକ ମହାନଗର ନିଗମରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ୫ଦିନ ହେବ ଧାରଣାରେ ବସିଥିଲେ ବିରୋଧୀ ବିଜେପି ଓ କଂଗ୍ରେସର କର୍ପୋରେଟର । ତେବେ ଧାରଣାରେ ବସିଥିବା ସିଏମସି କର୍ପୋରେଟରଙ୍କ ମଧ୍ୟରୁ ଜଣେ ଗୁରୁତର ହେଇପଡିଥିଲେ । ୱାର୍ଡ ନମ୍ବର-୧ର କର୍ପୋରେଟର ଭାନୁ ସେନାପତି ଅସୁସ୍ଥ ହେବା ପରେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।
ଧାରଣାରୁ ଉଠିଲେ ଆନ୍ଦୋଳନରତ ବିରୋଧୀ କର୍ପୋରେଟର । ଆଲୋଚନା କଲେ କଟକ ମେୟର ଏବଂ କମିଶନର ।
/kanak/media/post_attachments/wp-content/uploads/2023/11/vlcsnap-2023-11-17-14h44m13s133.jpg)