କନକ ବ୍ୟୁରୋ: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ଲାଗି ଖୋଲାଖୋଲି ଦାବି କରିଛନ୍ତି ପୂର୍ବତନ ଦେଓଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ। ବିଜେପି ସରକାରକୁ ମାସେ ପୂରିବାକୁ ବସିଲାଣି, କିନ୍ତୁ ପରିଷଦ, ନିଗମ, ବୋର୍ଡ ଲାଗି ନିଷ୍ପତ୍ତି ନେଇନାହାନ୍ତି ସରକାର କାହିଁକି ପଦବୀଗୁଡିକୁ ପୂରଣ କରିବାରେ ବିଳମ୍ବ ହେଉଛି? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି।

Advertisment

ରାଜ୍ୟରେ ହାଉସିଂ ବୋର୍ଡ, ଓଟିଡିସି, ଓୟାର ହାଉସିଂ ଭଳି କୋଡିଏରୁ ଅଧିକ ନିଗମ ଏବଂ ପ୍ଲାନିଂ ଓ ସାମାଜିକ କଲ୍ୟାଣ ଭଳି ଦଶରୁ ଅଧିକ ବୋର୍ଡର ଦାୟିତ୍ୱ କାହାକୁ ଦିଆଯିବ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା ।

କେବେ ନିଯୁକ୍ତ ହେବେ ଆଡ଼ଭୋକେଟ ଜେନେରାଲ ?

ହାଇକୋର୍ଟଙ୍କ ଉଦବେଗ ପରେ ବି ଏପର୍ଯ୍ୟନ୍ତ ନିଯୁକ୍ତ ହୋଇପାରିନାହାନ୍ତି ଏ.ଜି ବା ଆଡଭୋକେଟ ଜେନେରାଲ। ଦୌଡ଼ରେ ଅନେକ ରହିଥିଲେ ବି ମୋହନ ସରକାର କାହା ଉପରେ ବିଶ୍ୱାସ କରିବେ ତା ଉପରେ ନଜର ରହିଛି। ଏପଟେ ବିଭାଗୀୟ ମନ୍ତ୍ରୀ ଏଜି ନିଯୁକ୍ତି ଖୁବଶୀଘ୍ର ହେବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ନୂଆ ସରକାର ଆସିବାର ପ୍ରଥମ କ୍ୟାବିନେଟରୁ ହିଁ ଏଜି ନିଯୁକ୍ତ ହେବା କଥା କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ତେବେ ବିଧାନସଭା ଅଧିବେଶନ ପୂର୍ବରୁ ପ୍ରାୟ ସମସ୍ତ ପଦବୀ ପୂରଣ କରାଯିବା ନେଇ ଚର୍ଚ୍ଚା ହେଉଛି।