ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଏବେ ପ୍ରବେଶ କରିପାରିବେ ନାହିଁ ଟାଟା- ବିର୍ଲା ଭଳି ଗ୍ରୁପ, ଇଣ୍ଟରନାଲ ୱାକିଂ ଗ୍ରୁପର ପରାମର୍ଶକୁ ରିଜର୍ଭ ବ୍ୟାଙ୍କର ନାମଞ୍ଜୁର

150

କନକ ବ୍ୟୁରୋ : ଟାଟା – ବିର୍ଲା ଭଳି ବଡ ବଡ କର୍ପୋରେଟ ସଂସ୍ଥାମାନେ ଏବେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ପ୍ରବେଶ କରିପାରବେ ନାହିଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଦିଆଯାଇଥିବା ପରାମର୍ଶକୁ ରିଜର୍ଭ ବ୍ୟାଙ୍କ ନାମଞ୍ଜୁର କରିଦେଇଛନ୍ତି ତଥାପି ଏହି ପରାମର୍ଶକୁ ଖାରଜ କରିନାହିଁ କେନ୍ଦ୍ରୀୟ ବ୍ୟାଙ୍କ ।

ରିଜର୍ଭ ବ୍ୟାଙ୍କର ଏକ ଇଣ୍ଟରନାଲ ୱାକିଂ ଗ୍ରୁପ ଏନେଇ ୩୩ ଟି ପରାମର୍ଶ ଦେଇଥିଲା, ସେଥିମଧ୍ୟରେ କମର୍ସିଆଲ ବ୍ୟାଙ୍କିଙ୍ଗରେ କର୍ପୋରେଟ୍ ସଂସ୍ଥା ମାନଙ୍କର ପ୍ରବେଶ ନେଇ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏହି ପରାମର୍ଶ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଅନେକ ନେତା ଓ ପୂର୍ବ କେନ୍ଦ୍ରୀୟ ବ୍ୟାଙ୍କର୍ସମାନେ ଏହାକୁ ସମାଲୋଚନା କରିଥିଲେ । ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଏକ ବୟାନରେ କହିଛି କି ଇଣ୍ଟରନାଲ ୱାକିଂ ଗ୍ରୁପ ଯେଉଁ ୩୩ ଟି ପରାମର୍ଶ ଦେଇଥିଲା ତାହା ମଧ୍ୟରୁ ୨୧ଟି କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାମଧ୍ୟରେ କିଛି ପରାମର୍ଶକୁ କିଛିମାତ୍ରାରେ ପରିବର୍ତ୍ତନ କରି ଗ୍ରହଣ କରାଯାଇଛି । ଅନ୍ୟପଟେ ବାକି ୧୨ ଟି ପରାମର୍ଶ ଉପରେ ଏବେ କେନ୍ଦ୍ରୀୟ ବ୍ୟାଙ୍କ ବିଚାର କରୁଛି ।

କହିରଖୁ ଟାଟା- ବିର୍ଲା ଭଳି ବଡ ବଡ ଉଦ୍ୟୋଗୀମାନେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ପ୍ରବେଶ କରିବା ପୂର୍ବରୁ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ବିଭାଗ (ଏନବିଏଫସି) ରେ ଅଛନ୍ତି । ଏହି ଦୁଇଟି କମ୍ପାନୀ ପାଖରେ ଏନବିଏଫସିର ବଡ ଭାଗଦାରୀ ରହିଛି । ଏହା କୁହାଯାଉଛି କି କମର୍ସିଆଲ ବ୍ୟାଙ୍କିଙ୍ଗ ସେକ୍ଟରରେ ଏହି ଦୁଇ ବଡ କମ୍ପାନୀକୁ ସୁଯୋଗ ମିଳିଲେ ଏମାନେ ସର୍ବାଧିକ ଲାଭରେ ରହିବେ । ହେଲେ ଏବେ ରିଜର୍ଭ ବ୍ୟାଙ୍କ ଏନବିଏଫସି ସେକ୍ଟର ପାଇଁ ବ୍ୟାଙ୍କ ଭଳି କଡା ନିୟମ ଆଣି କର୍ପୋରେଟ ହାଉସକୁ ଖୁସି ଦେବା ପରିବର୍ତ୍ତେ ଝଟକା ଦେଇଛି ।