କୋଠା ପରେ କୋଠା ତିଆରି କରିଚାଲିଥିଲେ ଗଂଜାମ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ । ୫ କୋଟି ଟଙ୍କାର ସଂପତି ଠାବ, ଆୟ ବହିର୍ଭୂତ ସମ୍ପତି ମାମଲାରେ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ ।

230

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ୫ କୋଟିର ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତି ମାମଲାରେ ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ । ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା ।

ହିନ୍ଦୀ ଶିକ୍ଷକଙ୍କ ନାଁରେ ଅମାପ ସମ୍ପତି । ଶିକ୍ଷକଙ୍କ ସମ୍ପତି ଟପିଲା ୪.୯୩ କୋଟି । ଆୟ ବହିର୍ଭୂତ ସମ୍ପତି ମାମଲାରେ ଫସିଲେ ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ । ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । 

-ବ୍ରହ୍ମପୁର ବ୍ରହ୍ମାନଗର ଠାରେ ୫ ମହଲା କୋଠା, ମୂଲ୍ୟ ୧କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା

-ବୈକୁଣ୍ଠନଗର ଦ୍ୱିତୀୟ ଲେନ ସ୍ଥିତ ୩ ମହଲା କୋଠା, ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା 

-ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି । 

-ନିମଖଣ୍ଡିରେ ଦୋକାନ ଘର, ମୁଲ୍ୟ ୫ଲକ୍ଷ

– ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ, ମୁଲ୍ୟ ୩୮ଲକ୍ଷ

-ଗୋପଳପୁର, ଭୁବନେଶ୍ୱର, ପୁରୀ, ସମେତ ଏକାଧିକ ସ୍ଥାନରେ ରହିଛି ପ୍ଲଟ ।

-ଭୁବନେଶ୍ୱର ସୁନ୍ଦରପଦାରେ ଫ୍ଲାଟ, ମୁଲ୍ୟ ୨୮ ଲକ୍ଷ ଟଙ୍କା

ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ହିନ୍ଦି ଶିକ୍ଷକ ଭୁବନାନନ୍ଦ ସାହୁ ।

କହିଛନ୍ତି ଏହି ଭିତିହୀନ ପ୍ରସଙ୍ଗ । ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଟିମ୍ର ପ୍ରାୟ ୫୦ ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।