ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ ଗଲା ପୁନେ : ନୂଆ ଷ୍ଟ୍ରେନ ନେଇ ହେବ ପରୀକ୍ଷା

ଆଇଏଲସ ନିର୍ଦ୍ଦେଶକ କହିଲେ, ଭାଇରସର ହେବ ଅନୁଧ୍ୟାନ. ଆଇଏଲଏସ ସମେତ ୫ ସଂସ୍ଥା କରିବେ ଗବେଷଣା

64

କନକ ବ୍ୟୁରୋ : ଓଡ଼ିଶାରେ ବ୍ରିଟେନର ନୂଆ ଷ୍ଟ୍ରେନ ଚିହ୍ନଟ ପ୍ରସଙ୍ଗ । ଏନଆଇଭି ପୁନେ ପଠାଗଲା ବ୍ରିଟେନ ଫେରନ୍ତା ଯୁବକଙ୍କ ସାମ୍ପୁଲ । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା । ପୁନେରେ ଜିନମ ସିକ୍ୟୁଏନ୍ସ ପରେ ଜଣାପଡ଼ିବ ଓଡ଼ିଶାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁଁ । ଏହା ସହ ବ୍ରିଟେନ ଫେରନ୍ତା ଭାଇରସର ଅନୁଧ୍ୟାନ ବା ଗବେଷଣା କରିବ ଆଇଏଲଏସ । ଦେଶର ୫ଟି ଅନୁଷ୍ଠାନ କରିବ ଏହି ଗବେଷଣା । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିକୁ ଚୟନ କରାଯାଇଛି ।

ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରତିଦିନ ସମୀକ୍ଷା କରୁଛନ୍ତି। ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ନ ଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ।