ରେଡ୍ ଜୋନରେ ଓଡିଶାର ୩ ଜିଲ୍ଳା: ଅରେଂଜରେ ୬ ଓ ଗ୍ରୀନ ଜୋନରେ ୨୧ ଜିଲ୍ଲା; କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ତାଲିକା

ପ୍ରତି ସପ୍ତାହରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତାଲିକାରେ ହେବ ପରିବର୍ତ୍ତନ

1,739

କନକ ବ୍ୟୁରୋ: ରାଜ୍ୟର କରୋନା ସଂକ୍ରମଣକୁ ସାରା ଦେଶ ୩ଟି ଜୋନରେ ବିଭକ୍ତ ହୋଇଛି । ରେଡ ଜୋନରେ ଦେଶର ୧୩୦ ଜିଲ୍ଲା ମଧ୍ୟରେ ରହିଛି ଓଡିଶାର ୩ । ଅରେଂଜରେ ୬ ଜିଲ୍ଲା ଓ ଗ୍ରୀନ ଜୋନରେ ୨୧ ଜିଲ୍ଲା ରହିଛି । ରେଡରୁ ଅରେଂଜ ଜୋନକୁ ଆସିଲା ଖୋର୍ଦ୍ଧା ଜିଲ୍ଲା । ଆଉ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ରେଡ ଜୋନକୁ ଗଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ ମିଳିଛି । ପୂର୍ବରୁ ରେଡ ଜୋନରେ ଥିଲା ଖୋର୍ଦ୍ଧା ଜିଲ୍ଲା । ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ ତାଲିକାଭୁକ୍ତ ହୋଇଛି । ସେହିପରି ଓଡିଶାର ୩ ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ରେଡ ଜୋନରେ ରଖାଯାଇଛି ।

ଅରେଞ୍ଜ ଜୋନରେ ରହିଛି ଖୋଦ୍ଧା, ସୁନ୍ଦରଗଡ, କେନ୍ଦ୍ରାପଡା, କଳାହାଣ୍ଡି , କୋରାପୁଟ, ଢେଙ୍କାନାଳ ଓ ପୁରୀ ଜିଲ୍ଲା ରହିଛି । ଅନ୍ୟପଟେ ଓଡିଶାର ୨୧ ଜିଲ୍ଲାକୁ ଗ୍ରୀନ ଜୋନରେ ରଖାଯାଇଛି । କରୋନା ସଂକ୍ରମଣକୁ ଆଖିରେ ରଖି ଦେଶର କରୋନା ଆକ୍ରାନ୍ତ ଜିଲ୍ଲାଗୁଡିକୁ ୩ଟି ଜୋନରେ ଭାଗ କରିଛନ୍ତି କେନ୍ଦ୍ର ସରକାର । ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଜିଲ୍ଲାଗୁଡିକ ଚିହ୍ନଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶର ୧୩୦ ଜିଲ୍ଲା ରେଡ ଜୋନରେ ରହିଥିବା ବେଳେ ୨୮୪ ଜିଲ୍ଲା ଅରେଞ୍ଜ ଜୋନରେ ଏବଂ ୩୧୯ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ତେବେ ପ୍ରତି ସପ୍ତାହରେ କରୋନା ସଂକ୍ରମଣକୁ ଆଖିରେ ରଖି ତାଲିକାରେ ପରିବର୍ତନ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।