କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଥିବା ବେଳେ ଏବେ ଟିକା ପ୍ରସ୍ତୁତି କେବେ ସଫଳ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର । ଏହାରି ଭିତରେ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ୧୦ କୋଟି କରୋନା ଟିକା ପ୍ରସ୍ତୁତ କରିବ ବୋଲି ସୂଚନା ମିଳିଛି । ଆମେରିକାର ନୋଭାମାକ୍ସ ସହ ଟିକାର ବିକାଶ ଓ ବିତରଣ ନେଇ ଚୁକ୍ତି ହୋଇଛି । ଗୋଟିଏ ଡୋଜ୍ ୨୨୫ ଟଙ୍କା କରିବାକୁ ପ୍ରସ୍ତାବ ରହିଛି ।

Advertisment

ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏବେ କରୋନା ଟିକା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ଭାରତର ଅଗ୍ରଣୀ ଟିକା ନିର୍ମାତା କମ୍ପାନୀ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଭାରତ ସମେତ ନିମ୍ନ ଓ ମଧ୍ୟବିତ ଦେଶ ଗୁଡିକ ପାଇଁ କରୋନା ଟିକାକୁ ମାତ୍ର ୨୨୫ଟଙ୍କାରେ ବିକ୍ରି କରିବାକୁ ପ୍ରସ୍ତାବ ରଖିଛି । ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆମେରିକାର ମେରିଲାଣ୍ଡ ସ୍ଥିତ ନୋଭାଭାକ୍ସ ଇନ୍ ଓ ୟୁକେର ଆଷ୍ଟ୍ରା ଜେନେକା ସହ ମିଶି କୋଭିଡ୍ ୧୯ ଟିକାର ବିକାଶ ଏବଂ ବ୍ୟବସାୟିକ ପ୍ରସ୍ତୁତି ପାଇଁ ଚୁକ୍ତି ସ୍ୱାକ୍ଷରିତ କରିଛି । ତେବେ ନୋଭାଭାକ୍ସ ଇନ୍ର ଏହି ଟିକା ସଫଳ ହେଲେ ଏହାକୁ ଭାରତ ସମେତ ୯୨ଟି ଦେଶରେ ଅଗ୍ରାଧିକାର ଭିତିରେ ଯୋଗାଇ ଦିଆଯିବ ।

publive-image

ଏହି କମ୍ପାନୀ ଗୁଡିକ ଭାରତ ଏବଂ ଅନ୍ୟାନ୍ୟ ନିମ୍ନ ଓ ମଧ୍ୟବିତ ଦେଶମାନଙ୍କରେ ବିତରଣ ପାଇଁ ଏନଭିଏକ୍ସ-କୋଭ୍ ୨୩୭୩ ନାମର ଉକ୍ତ ଟିକାର ଅତି କମରେ ୧୦ କୋଟି ଡୋଜ୍ ପ୍ରସୁତ କରିବେ । ତେବେ ବଡ କଥା ହେଉଛି ଯେ, କେବଳ ଭାରତ ପାଇଁ ୫୦ ପ୍ରତିଶତ ଅର୍ଥାତ୍ ୫ କୋଟି ଡୋଜ୍ ପ୍ରସ୍ତୁତ କରାଯିବ ଏବଂ ଦେଶ ମଧ୍ୟରେ ବିତରଣ କରାଯିବ । ଏଥିରେ ବିଲ୍ ଗେଟ୍ସ ଫାଉଣ୍ଡେସନ୍ ଆର୍ଥିକ ସହାୟତା କରିବ । ଗୋଟିଏ ଗୋଟିଏ କରୋନା ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୨୫ ଟଙ୍କା ରଖିବାକୁ ପ୍ରସ୍ତାବ ଦିଆଯାଇଛି ।

ପୂର୍ବରୁ ନୋଭାଭାକ୍ସ ସହ ମିଶି ଏକ ମ୍ୟାଲେରିଆ ଟିକାର ବିକାଶ ବେଳେ ସେମାନଙ୍କ ଟିକା ବିକାଶ ଦକ୍ଷତା ସମ୍ପର୍କରେ ସେ ଦୃଢ ନିଶ୍ଚିତ ରହିଥିବା ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା କହିଛନ୍ତି । ତେଣୁ ମହାମାରୀ କୋଭିଡ-୧୯ ବିରୋଧରେ ଏନଭିଏକ୍ସ-କୋଭ୍ ୨୩୭୩ ଉଲ୍ଲେଖନୀୟ ସଫଳତା ଆଣିଦେବ ବୋଲି ସେ ଆଶାବାଦୀ ଅଛନ୍ତି । ଏହି ସବୁ ନିର୍ଧାରିତ ଦେଶ ମାନଙ୍କରେ ଯୁଦ୍ଧକାଳୀନ ଭିତିରେ ଟିକା ଉପଲବ୍ଧ କରାଇବାକୁ କମ୍ପାନୀ ପ୍ରସ୍ତୁତି ଚଳାଇଛି । ସେହିପରି ଟିକାର ମାତ୍ରା ହିସାବରେ ସିରମ ଇନଷ୍ଟିଚ୍ୟୁଟ୍ ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତ କରିବାର ରେକର୍ଡ ବହନ କରୁଥିବାରୁ କମ୍ପାନୀ ସହ ମିଶି କୋଭିଡ୍ ଟିକା ପ୍ରସ୍ତୁତି ପାଇଁ ସେମାନେ ଇଛା ପ୍ରକାଶ କରିଥିବା ନୋଭାଭାକ୍ସ ପକ୍ଷରୁ କୁହାଯାଇଛି ।