ଦେଶକୁ କିଛି ଦିନ ଭିତରେ ମିଳିବ କରୋନା ଭ୍ୟାକସିନ: ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ; କରୋନା ଟିକାକରଣ ପୂର୍ବରୁ ଦେଶର ୭୩୬ ଜିଲ୍ଲାରେ ହେଲା ଡ୍ରାଏ ରନ

ଦିନେ ଦୁଇ ଦିନ ଭିତରେ ଟିକା ଉତ୍ପାଦନ ସଂସ୍ଥାରୁ ବିତରଣ ହୋଇପାରେ ଟିକା

80

କନକ ବ୍ୟୁରୋ: କରୋନା ଟିକାକରଣ ପୂର୍ବରୁ ମହାଅଭ୍ୟାସ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ଚାଲିଛି । ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି । ଏହାସହ ସେ କହିଛନ୍ତି ଖୁବ୍ଶୀଘ୍ର ଟିକା ଆସିବ । ପୁଣେରୁ ଓଡିଶା ଆସିବ କରୋନା ଟିକା । ଏହାପୂର୍ବରୁ ୨୯ ଓ ୨୯ ତାରିଖରେ ଦେଶର ୪ ଟି ରାଜ୍ୟରେ ଡ୍ରାଏରନ ହୋଇଥିଲା । ପରେ ୨ ଜାନୁଆରୀରେ ସବୁ ରାଜ୍ୟରେ ଅଭ୍ୟାସ ହୋଇଥିଲା । ଗୁଜରାଟ, ପଂଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ହୋଇଥିବା ଅଭ୍ୟାସରେ ବଡ ରେଜଲ୍ଟ ସାମ୍ନାକୁ ଆସିଛି । ଏହାପରେ ସବୁ ରାଜ୍ୟରେ ଡ୍ରାଏ ରନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ ।

ସେପଟେ ରାଜ୍ୟର ୧୧୦ଟି ସାଇଟରେ ଟିକାର ଡ୍ରାଏରନ କରାଯାଇଛି । ସିଏଚସି, ପିଏଚସି ଓ ମେଡିକାଲ କଲେଜ ସମେତ ୧୧ଟି ଘରେଇ ହସପିଟାଲରେ ରିହର୍ସଲ ଚାଲିଛି । ପ୍ରତି ସାଇଟରେ ୨୫ ଜଣଙ୍କୁ ଡମି ଟିକା ଦିଆଯାଇଛି । ଟିକା ନେବାର ୩୦ ମିନିଟ ଭିତରେ ଯଦି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ, ତାହାହେଲେ ତୁରନ୍ତ ଚିକିତ୍ସା ପାଇଁ ଏଆଇଏଫଆଇ କୀଟ ଅପଜରଭେସନ ରୁମରେ ରଖାହୋଇଛି । କେନ୍ଦ୍ର ଖୁବଶୀଘ୍ର ଟୀକା ଦେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଭୁବନେଶ୍ୱରରେ ୟୁନିଟ-୪ ସରକାରୀ ହସପିଟାଲରେ ବି ଅଭ୍ୟାସ ହୋଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଏଚଏମ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଯୋଗଦେଇଥିଲେ ।