ଭାରତ ବାୟୋଟେକ୍ କମ୍ପାନୀ ବନାଉଛି କରୋନା ପାଇଁ ଭ୍ୟାକ୍ସିନ୍ । ୭ଜୁଲାଇଠୁ ଆରମ୍ଭ ହେବ ହ୍ୟୁମ୍ୟାନ ଟ୍ରାଏଲ

ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ କରୋନା ଭ୍ୟାକ୍ସିନ୍ ‘କୋଭାକ୍ସିନ୍’

270

କନକ ବ୍ୟୁରୋ: ଦେଶରେ ମହାମାରୀ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ କରୋନା ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ । ଏହି ଭ୍ୟାକ୍ସିନ୍ ଭାରତ ବାୟୋଟିକ୍ କମ୍ପାନୀ ତିଆରି କରୁଛି ।

ତେବେ କୋଭାକ୍ସିନକୁ ମାନବ ଶରୀରରେ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଆଇସିଏମଆର ପକ୍ଷରୁ ଜାରି ହୋଇଥଇବା ଏକ ଲେଟର ଅନୁଯାୟୀ, ୭ଜୁଲାଇରୁ କୋଭାକ୍ସିନକୁ ହ୍ୟୁମ୍ୟାନ ଟ୍ରାଏଲ ପାଇଁ ଅନୁମତି ଦିଆଯାଇଛି । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ୧୫ ଅଗଷ୍ଟରେ ଏହି ଭ୍ୟାକ୍ସିନକୁ ଲଞ୍ଚ ହୋଇପାରିବ । ଏହା ସହିତ ଭାରତ ବାୟୋଟେକ ଦ୍ୱାରା ତିଆରି ହୋଇଥିବା ଭ୍ୟାକ୍ସିନ୍ ସର୍ବପ୍ରଥମେ ବଜାରକୁ ଆସିପାରିବ ।

ଭାରତ ବାୟୋଟେକ୍ କମ୍ପାନୀ ଏହା ପୂର୍ବରୁ ଅନେକ ରୋଗର ଭ୍ୟାକ୍ସିନ ବାହାର କରିସାରିଛି । ଯେପରିକି ପୋଲିଓ, ରେବିଜ୍, ଚିକୁନଗୁନିଆ ଏବଂ ଜିକା ଭାଇରସ ଆଦି ସଂକ୍ରମଣକାରୀ ରୋଗର ଭ୍ୟାକ୍ସିନ୍ ବାହାର କରିସାରିଛି । ଠିକ୍ ସେହିଭଳି କୋଭାକ୍ସନ୍ ଭ୍ୟାକ୍ସିନ୍ ପରୀକ୍ଷଣ ସଫଳ ହୁଏ ତେବେ ବିଶ୍ୱରେ ନୂଆ ଇତିହାସ ସୃଷ୍ଟି କରିବ ଭାରତ । ଏବଂ କରୋନାର ସଫଳ ମୁକାବିଲାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇ ଛିଡାହେବ