ଟିକା ନ ନେଲେ ସୁବିଧା ବନ୍ଦ : ୨ୟ ଡୋଜ ନେଇନଥିଲେ ସରକାରୀ ଯୋଜନାରୁ କଟିବେ ହିତାଧିକାରୀ

ଡାକିବାଜି ଯନ୍ତ୍ର ମାଧ୍ୟମରେ କରାଯାଉଛି ସଚେତନ

1,380

କନକ ବ୍ୟୁରୋ : କରୋନାର ୨ୟ ଡୋଜ ଟିକା ନ ନେଲେ ସରକାରୀ ଯୋଜନାରୁ କଟିବେ ହିତାଧିକାରୀ । ଏଭଳି ଏକ ଉଦ୍ୟମ ଆରମ୍ଭ ହୋଇଛି ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ । ଏ ନେଇ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଇଛି । ପ୍ରଥମ ଡୋଜ ନେବାର ୮୪ ଦିନ ପରେ ବି ଦ୍ୱିତୀୟ ଡୋଜ ନେଇନଥିଲେ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ, ରାସନ କାର୍ଡ ଭଳି ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହେବେ ବୋଲି ଜଣାଇଦିଆଯାଇଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତଥା ଆଖପାଖ ଅଂଚଳର ଅନେକ ଲୋକ ପ୍ରଥମ ଡୋଜ ଟିକା ନେବାର ୮୪ ଦିନ ବିତିଯାଇଥିଲେ ବି ଦ୍ୱିତୀୟ ଡୋଜ ନେବାକୁ ଟିକାକରଣ କେନ୍ଦ୍ରକୁ ଯାଉନାହାନ୍ତି । ଫଳରେ ବାଧ୍ୟହୋଇ ପଂଚାୟତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।