ସାରା ଦେଶରେ ଟିକା କରଣକୁ ପୁରିଲା ୧୨୦ ଦିନ : ଟିକା ନେଲେଣି ପ୍ରାୟ ୧୮ କୋଟି, ଦିନକୁ ଦିଆଯାଉଛି ୧୫ ଲକ୍ଷ ଡୋଜ

92

କନକ ବ୍ୟୁରୋ : ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା କରୋନା ଟିକାକରଣ । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଗଲା । ପରେ ୪୫ ବର୍ଷରୁ ଅଧିକକଙ୍କ ଟିକାକରଣ ଚାଲିଥିବାବେଳେ ପୁଣି ଏହାକୁ ବ୍ୟାପକ କରିବା ପାଇଁ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଚାଲିଛି । ଟିକାର ଅଭାବ ନେଇ ଅଭିଯୋଗ ଭିତରେ କେନ୍ଦ୍ର ସରକାର କହିଛନ୍ତି ଦେଶରେ ଡିସେମ୍ବର ସୁଦ୍ଧା ୨୦୦ କୋଟି ଟିକା ଉପଲବ୍ଧ ହେବା ସହ ସମସ୍ତ ସାବାଳକଙ୍କ ଟିକାକରଣ ହୋଇପାରିବ । ଜାଣନ୍ତୁ ଦେଶରେ କରୋନା ଟିକାକରଣର ପ୍ରୋଗ୍ରେସ ରିପୋର୍ଟ ।

– ଜାନୁଆରୀ ୧୬ରେ ଆରମ୍ଭ ହୋଇଥିବା କରୋନା ଟିକାକରଣକୁ ୧୨୦ ଦିନ ପୁରିଛି
– ଏହାରି ଭିତରେ ପ୍ରାୟ ୧୮ କୋଟି ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଇଛି
– ଦେଶରେ ଦୈନିକ ହାରାହାରି ୧୫ ଲକ୍ଷ ଡୋଜ୍ କରୋନା ଟିକା ଦିଆଯାଉଛି
– ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୯୪ କୋଟି ୧୮ ବର୍ଷରୁ ଅଧିକ ନାଗରିକ ଅଛନ୍ତି
– ଏମାନଙ୍କ ସଂପୂର୍ଣ୍ଣ ଟିକାକରଣ ପାଇଁ ଦରକାର ୧୭୦ କୋଟି ଡୋଜ୍ ଟିକା
– ବର୍ଷ ଶେଷ ସୁଦ୍ଧା ଏମାନଙ୍କ ଟିକାକରଣ କରିବାକୁ ଦୈନିକ ୭୩ ଲକ୍ଷ ଟିକାକରଣ ହେବା ଦରକାର
– ଅର୍ଥାତ ୫ ଗୁଣା ହାରରରେ ଟିକାକରଣ ହେଲେ ଯାଇ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଟିକା ଦେଇହେବ