କରୋନା ଟିକା ନେବା ପରେ ମିଳୁଥିବା ପ୍ରମାଣପତ୍ରରେ ଭୂଲ ଥିଲେ ଚିନ୍ତା କରନ୍ତୁ ନାହିଁ । ଅନଲାଇନ୍ ମାଧ୍ୟମରେ ନିଜେ କରିପାରିବେ ପରିବର୍ତ୍ତନ

160

କନକ ବ୍ୟୁରୋ : କରୋନା ବିରୋଧରେ ଦେଶରେ ଜାରି ରହିଛି ଟିକାକରଣ । ଏହି ଟିକା ନେଉଥିବା ଲୋକଙ୍କୁ ବି ଏକ ପ୍ରମାଣପତ୍ର୍ର ସରକାର ଯୋଗାଇ ଦେଉଛନ୍ତି । ହେଲେ ଅନେକ ସମୟରେ ଟିକା ନେବା ପରେ ଲୋକଙ୍କୁ ମିଳୁଥିବା ପ୍ରମାଣପତ୍ରରେ ଅନେକ ତୃଟି ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକମାନେ ଚିନ୍ତାରେ ପଡୁଥିବା ବେଳେ ସରକାର ଏହାର ସମାଧାନ ପାଇଁ ଉପାୟ ବାହାର କରିଛନ୍ତି ।

ସରକାରଙ୍କ ସୂଚନା ମୁତାବକ ଯଦି ଆପଣଙ୍କର ଟିକାକରଣ ପ୍ରମାଣପତ୍ରରେ ତୃଟି ରହିଛି ତେବେ ଆପଣ ତାହାକୁ କୋ ୱିନ ଆପ୍ ମାଧ୍ୟମରେ ଠିକ୍ କରିପାରିବେ । ଏନେଇ ସରକାର ଏକ ନୂଆ ଅପଡେଟ୍ ଘୋଷଣା କରିଛନ୍ତି । ଯାହାଦ୍ୱାରା କି ଆପଣଙ୍କୁ ମିଳିଥିବା ପ୍ରମାଣପତ୍ରରେ ମୁଦ୍ରିତ ନାମ, ବୟସ ଓ ଲିଙ୍ଗରେ ଭୂଲ ଥିଲେ ତାକୁ ଅନଲାଇନ ମାଧ୍ୟମରେ ଆପଣ ନିଜେ ସୁଧାରି ପାରିବେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ସିଲ୍ ବୁଧବାର ଦିନ କହିଛନ୍ତି କି ବ୍ୟବହାରକାରୀ ମାନେ କୋ ୱିନ୍ ଆପ୍ ମାଧ୍ୟମରେ ଏଭଳି ତୃଟିକୁ ଠିକ୍ କରିପାରିବେ । ଆରୋଗ୍ୟ ସେତୁ ଆପ୍ ର ଅଧିକାରୀ ହ୍ୟାଣ୍ଡଲରୁ ଏକ ଟ୍ୱିଟ୍ ବି ଆସିଛି । ସେଥିରେ କୁହାଯାଇଛି କି ଟିକା ନେବା ପରେ ମିଳୁଥିବା ପ୍ରମାଣପତ୍ରରେ ଯଦି ଆପଣଙ୍କର କିଛି ତୃଟି ମୁଦ୍ରିତ ହୋଇଛି ତେବେ ଆପଣ ତାକୁ କୋ ୱିନ୍ ଆପ୍ ମାଧ୍ୟମରେ ଠିକ୍ କରିପାରିବେ ।

ଏହାକୁ ଠିକ୍ କରିବାକୁ ଆପଣଙ୍କୁ କୋ ୱିନ୍ ଆପ୍ ୱେବସାଇଟକୁ ଯିବାକୁ ପଡିବ । ସେଠାରେ ଆପଣ ଆପଣଙ୍କ ଅସୁବିଧା ଲେଖିବେ । କହିରଖୁ କି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବା ଦେଶ ବାହାରକୁ ଯିବା ବେଳେ କିମ୍ବା ଆପଣଙ୍କ କାର୍ଯ୍ୟାଳୟ ତରଫରୁ ଆପଣଙ୍କ ଠାରୁ ଟିକା ପ୍ରମାଣ ପତ୍ର ଆବଶ୍ୟକ କରିଥାଏ । ଆପଣ ଟିକା ନେଇଥିଲେ ବି ଆପଣଙ୍କ ଟିକାକରଣ ପ୍ରମାଣପତ୍ରରେ କିିଛି ତୃଟିଥିଲେ ତାହା ଗ୍ରହଣୀୟ ହୋଇ ନଥାଏ । ତେଣୁ ଆପଣ ଏବେ କୋ ୱିନ ଆପ୍ ଜରିଆରେ ପ୍ରମାଣପତ୍ରକୁ ଠିକ୍ କରିପାରିବେ ।