କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଉତ୍ସାହଜନକ: ସୁସ୍ଥ ହୋଇ ଘରକୁ ଫେରିଲେ ୧୦କରୋନା ଆକ୍ରାନ୍ତ

ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୮୩ ଆକ୍ରାନ୍ତ; ଏମାନଙ୍କ ଭିତରେ ୧୭ବିଦେଶୀ ନାଗରିକ

5,298

କନକ ବ୍ୟୁରୋ: କରୋନା ଭୂତାଣୁକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯେଉଁ ରିପୋର୍ଟ ଆସିଛି ତାହା ସାରା ଦେଶକୁ ଖୁସି କଲାଭଳି । କାରଣ ମୋଟ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଏହି ରିପୋର୍ଟରେ କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ରିପୋର୍ଟ ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ ମୋଟ୍ ୮୩ ଜଣ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା ସବୁଠାରୁ ବଡ ଉପଲବ୍ଧି ବୋଲି କୁହାଯାଉଛି । ଦିଲ୍ଲୀରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଅନ୍ୟଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ୫ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ହରିଆଣାରେ ୧୪ ଜଣ ବିଦେଶୀ ନାଗରିକଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । କେରଳରେ ୧୯ ଆକ୍ରାନ୍ତଙ୍କ ଭିତରୁ ୩ ଜଣ ସୁସ୍ଥ ହୋଇଛନ୍ତି । ରାଜସ୍ଥାନରେ ଜଣେ ଭାରତୀୟ ଓ ୨ଜଣ ବିଦେଶୀ ନାଗରିକଙ୍କ ଠାରେ କରୋନା ପିଜିଟିଭ ଚିହ୍ନଟ ହୋଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ତେଲେଙ୍ଗାନା, ତାମିଲନାଡୁ, ଜାମ୍ମୁ-କାଶ୍ମୀର, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉତର ପ୍ରଦେଶରେ ୧୧ ଭାରତୀୟ ଓ ଜଣେ ବିଦେଶୀ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଚିକିତ୍ସିତ ହୋଇଛନ୍ତି । ଲଦ୍ଦାଖରେ ୩ଜଣ, କର୍ଣ୍ଣାଟକରେ ୬ଜଣ, ମହାରାଷ୍ଟ୍ରରେ ୧୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

Comments are closed.