୨୪ ଘଂଟାରେ ଦେଶର କରୋନା ରିପୋର୍ଟ: ୮୬ ହଜାର ୯୬୧ ନୂଆ ଆକ୍ରାନ୍ତ, ୧୧୩୦ ମୃତ; ମୋଟ୍ ମୃତ୍ୟୁ ସଂଖ୍ୟା ୮୭ ହଜାର ଟପିଲା

Advertisment
୨୪ ଘଂଟାରେ ଦେଶର କରୋନା ରିପୋର୍ଟ: ୮୬ ହଜାର ୯୬୧ ନୂଆ ଆକ୍ରାନ୍ତ, ୧୧୩୦ ମୃତ; ମୋଟ୍ ମୃତ୍ୟୁ ସଂଖ୍ୟା ୮୭ ହଜାର ଟପିଲା

କନକ ବ୍ୟୁରୋ: ଦେଶରେ କମୁଛି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ କିଛି ଦିନ ହେଲା ଦୈନିକ ୯୦ ହଜାର ଉପରେ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଦୈନିକ ପଜିଟିଭ ମାମଲା ୯୦ ହଜାର ତଳକୁ ଖସିଛି । ଗତ ୨୪ ଘଂଟାରେ ୮୬ ହଜାର ୯୬୧ ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ପଜିଟିଭ ସଂଖ୍ୟା ୫୪ ଲକ୍ଷ ୮୭ ହଜାର ୫୮୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଂଟାରେ ୧ ହଜାର ୧୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ୧୧ଶହ ୩୦ ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୭ ହଜାର ୮୮୨କୁ ଛୁଇଁଛି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୨୯୯ ରହିଥିବା ବେଳେ ୪୩ ଲକ୍ଷ ୯୬ ହଜାର ୩୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪,୮୭,୫୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୦୩୨୯୯ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୭,୮୮୨ ରହିଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୩,୯୬୩,୯୯ ରେ ପହଞ୍ଚିଛି । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୃତ୍ୟୁ ହାର ୧.୬୧% ରହିଥିବା ବେଳେ ଆରୋଗ୍ୟ ହାର ୭୯.୬୮% ରହିଛି। ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ଏବେ ବିଶ୍ବରେ ଆଗରେ ରହିଛି। ତା’ ପଛକୁ ରହିଛି ଆମେରିକା। ଆମେରିକାରେ ବର୍ତ୍ତମାନ ୭,୦୦୪,୭୬୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୨୫୦,୧୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe