କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ବେଗରେ ସଂକ୍ରମିତ ହେଉଛି । ଯେଉଁଠି କରୋନା ପ୍ରକୋପକୁ କମାଇବା ପାଇଁ ଚାଲିଛି ହୋମ ଯଜ୍ଞ । ଗୁଜୁରାଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିିତ ସୁରଟର ନ୍ୟୁ ସିଭିଲ ହସ୍ପିଟାଲ ପରିସରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତେବେ ସାଂଘାତିକ କଥା ହେଉଛି ଏହି ନାମଯଜ୍ଞର ଆୟୋଜନ କରିଛନ୍ତି ହସ୍ପିଟାଲ କର୍ତୃପକ୍ଷ । ଆକ୍ରାନ୍ତ ଚିିକିତ୍ସିତ ହେବା ବେଳେ, କରୋନା ସଂକ୍ରମିତଙ୍କୁ ଆମ୍ବୁଲାନ୍ସରେ ଆଣୁଥିବା ବେଳେ, ପୁରୋହିତଙ୍କ ମନ୍ତ୍ରୋଚାରଣ ସଂକ୍ରମିତଙ୍କ କାନରେ ପଡୁଛି । ଆର୍ଯ୍ୟ ସମାଜ ଭାରତ ପକ୍ଷରୁ ଏହି ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

Advertisment

ତେବେ ନ୍ୟୁ ସିଭିଲ ହସ୍ପିଟାଲର ଡିନଙ୍କ ନିର୍ଦ୍ଦେଶରେ ମେଡିକାଲ ପରିସରରେ ଯଜ୍ଞ କରିଥିବା କହିଛି ଆର୍ଯ୍ୟ ସମାଜ ସଦସ୍ୟ ।  କରୋନା ମହାମାରୀ ପାଇଁ ମନ୍ତ୍ରୋଚ୍ଚାରଣ ଓ ହୋମ ଯଜ୍ଞ ସବୁଠୁ ଉତମ ଥେରାପୀ ବୋଲି ଦାବି କରିଛନ୍ତି ଯଜ୍ଞ କରିଥିବା ପୁରୋହିତ । ଆକ୍ରାନ୍ତଙ୍କ ସଂପର୍କୀୟଙ୍କୁ ହସ୍ପିଟାଲରେ ପ୍ରବେଶ ଅନୁମତି ନଥିବା ବେଳେ ହସ୍ପିଟାଲ ବାହାରେ ସେମାନେ ବିରକ୍ତ ହୋଇ ବୁଲୁଛନ୍ତି । ଅନ୍ୟପଟେ ଆକ୍ରାନ୍ତମାନେ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଭୟଭୀତ ରହିଛନ୍ତି । ତେଣୁ ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କ ପାଇଁ ହୋମ, ଯଜ୍ଞ ଓ ମନ୍ତ୍ରୋଚାରଣ ମାନସିକ ଶାନ୍ତି ଦେବା ସହ ଆତ୍ମବଳ ଯୋଗାଇବ ବୋଲି ଦାବି କରିଛନ୍ତି ପୁରୋହିତ ।

publive-image

ଅନ୍ୟପଟେ ପ୍ରବାସୀମାନେ ଘରକୁ ଫେରିବା ପାଇଁ ଷ୍ଟେସନରେ ଭିଡ ଜମାଇଛନ୍ତି । ଏହି ପ୍ରବାସୀଙ୍କ ମଧ୍ୟରେ ଅଛନ୍ତି ଶହ ଶହ ଓଡିଆ । ଗତବର୍ଷ ମଧ୍ୟ କରୋନା ସଂକ୍ରମଣ ଜୋର ଧରିବା ପରେ ଓ ତାଲାବନ୍ଦ ଘୋଷଣା ପରେ ମହାରାଷ୍ଟ୍ରରୁ ହଜାର ହଜାର ପ୍ରବାସୀ ଓଡିଆ ଘରକୁ ଫେରି ଆସିଥିଲେ । ପୁଣି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଆଜି ରାତିଠୁ ଆସନ୍ତା ୧୫ ଦିନ ଯାଏଁ ୧୪୪ ଧାରା ଜାରି ହେବ ।

ତେଣୁ ବାହାରୁ ଆସି ମୁମ୍ବାଇରେ ଦିନମଜୁରିଆ, ବିଭିନ୍ନ କଂପାନୀରେ କାମ କରୁଥିବା ପ୍ରବାସୀ ଏବେ ଘର ମୁହାଁ ହେଉଛନ୍ତି । କରୋନା ଆକ୍ରାନ୍ତ ହେବାର ଭୟ ସହ ରୋଜଗାରର ଅନିଶ୍ଚିତତା ପ୍ରବାସୀଙ୍କୁ ଘରକୁ ଫେରିବାକୁ ବାଧ୍ୟ କରୁଛି । ରେଳ ଷ୍ଟେସନରେ ପ୍ରବାସୀଙ୍କ ଏହି ଗହଳି ଯେ ସଂକ୍ରମଣକୁ ନିମନ୍ତ୍ରଣ ଏକଥା କହିବାର ଆବଶ୍ୟକତା ନାହିଁ ।