କନକ ବ୍ୟୁରୋ : ଦେଶରେ ବୃଦ୍ଧି ପାଉଛି କରୋନାର ନୂୂଆ ପ୍ରଜାତି ଡେଲଟା ପ୍ଲସ ମ୍ୟୁଟାଂଟ ଭାରିଆଂଟ ଭୂତାଣୁ ସଂକ୍ରମଣ । କେବଳ ମହାରାଷ୍ଟ୍ରରୁ ୨୧ ଜଣ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ, ପାଲଘର, ରତ୍ନଗିରିରୁ ଡେଲଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁ, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଏହି ନୂଆ ଭାରିଆଂଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଦ୍ରୁତ ସଂକ୍ରମିତ ହେଉଥିବା ଡେଲଟା ପ୍ରଜାତିର ଭୂତାଣୁ ବି ୧.୬୧୭.୨ ରୂପ ବଦଳାଇ ଡେଲଟା ପ୍ଲସ ବା ଏଓୱାଇ -୧ ପ୍ରଜାତି ସୃଷ୍ଟି ହୋଇଛି । ଏହି ନୂଆ ପ୍ରଜାତି ଭୂତାଣୁ ସଂକ୍ରମଣର ବେଗ, ଗୁଣ ଓ ଲକ୍ଷଣ ଉପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନଜର ରଖିଛନ୍ତି । ଗତ ମାର୍ଚ୍ଚ ମାସରେ ଏହି ପ୍ରଜାତିର ଭୂତାଣୁ ୟୁରୋପରେ ଦେଖାଦେଇଥିଲା । ମାତ୍ର ଜୁନ୍ ୧୩ରେ ଏହି ଭୂତାଣୁ ନେଇ ସୂଚନା ମିଳିଥିଲା । ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହୁଥିବାବେଳେ ଡେଲଟା ପ୍ଲସ ଭାରିଆଂଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇଛି ।
ବଢ଼ୁଛି ଡେଲଟା ପ୍ଲସ ମାମଲା-
- ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ଭିତରେ ଚିନ୍ତା ବଢ଼ାଉଛି ଡେଲଟା ପ୍ଲସ ଭାରିଆଂଟ
- ଡେଲଟା ପ୍ଲସ ରୂପାନ୍ତରିତ ପ୍ରଜାତିର ନାଁ ଦିଆଯାଇଛି ‘ଏୱାଇ.୧’
- ଏହାକୁ ‘ବି.୧.୬୧୭.୨.୧’ ମଧ୍ୟ କୁହାଯାଉଛି
- କୋଭିଡ୍-୧୯ ମହାମାରୀର ଅନ୍ୟତମ ଭୟାନକ ଓ ସଂକ୍ରାମକ ଭୂତାଣୁ
- ଭାରତରେ ଡେଲଟା ଭୂତାଣୁ ଦ୍ୱିତୀୟ ଲହର ଆଣି ବ୍ୟାପକ କ୍ଷତି ଘଟାଇ ସାରିଛି
- ଏବେ ଏହାର ପରିବର୍ତିତ ରୂପ ବା ଡେଲଟା ପ୍ଲସକୁ ନେଇ ବଢ଼ୁଛି ଆତଙ୍କ
- ଦେଶରେ ବଢ଼ୁଛି ଡେଲଟା ପ୍ଲସ ସଂକ୍ରମିତଙ୍କ ସଂଖ୍ୟା
- ମହାରାଷ୍ଟ୍ର, କେରଳ, ତାମିଲନାଡୁ ଓ ମଧ୍ୟପ୍ରଦେଶରୁ ଚିହ୍ନଟ
- କେବଳ ମହାରାଷ୍ଟ୍ରରେ ୨୧ ଡେଲଟା ପ୍ଲସ ସଂକ୍ରମଣ ଚିହ୍ନଟ
- ଗବେଷଣା ପାଇଁ ପ୍ରତି ଜିଲ୍ଲାରୁ ଶହେ ଲେଖାଏ ନମୁନା ସଂଗ୍ରହ କରିବାକୁ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ
- ମଧ୍ୟପ୍ରଦେଶର ୬୫ ବର୍ଷିୟା ମହିଳାଙ୍କଠାରେ ମେ ୨୩ରେ ପ୍ରଥମେ ଚିହ୍ନଟ ହୋଇଥିଲା ଡେଲଟା ପ୍ଲସ
- ଇଂଲଣ୍ଡ ଓ ଋଷରେ ବ୍ୟାପୁଛି ଡେଲଟା ପ୍ଲସ ସଂକ୍ରମଣ