କରୋନାର ତୃତୀୟ ଲହରକୁ ନେଇ ଆଶଙ୍କା ବଢୁଥିବା ବେଳେ ଦ୍ୱିତୀୟ ଲହରରେ କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ

କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ

1,399

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ବି ଥମି ନାହିଁ । ହେଲେ ତୃତୀୟ ଲହର ଆସିବା ପୂର୍ବରୁ ପୁରା ଦେଶବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ବୈଜ୍ଞାନିକ ମାନେ ଅନୁମାନ କରୁଛନ୍ତି କି, ତୃତୀୟ ଲହର ବିଶେଷ ଭାବେ ଶିଶୁମାନଙ୍କ ପାଇଁ ବେଶି ବିପଦ ଆଣିବ । ହେଲେ କରୋନା ସଂକ୍ରମଣକୁ ନଜର କଲେ ଜଣାଯାଏ ଯେ କରୋନାରେ କେବଳ ୨ ଟି ରାଜ୍ୟରେ ୯୦ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତି ।

ଗଣମାଧ୍ୟମର ସୂଚନା ମୁତାବକ କେବଳ ମେ ମାସରେ ମହାରାଷ୍ଟ୍ରରେ ୯ ହଜାର ଶିଶୁ ସଂକ୍ରମିତ ହୋଇଛନ୍ତି । ସେହିପରି ତେଲେଙ୍ଗାନରେ ମାର୍ଚ୍ଚ ରୁ ମେ ମାସ ମଧ୍ୟରେ ୩୭.୩୩୨ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଜୋରଦାର କରିଛି ।

କରୋନାର ଏହି ଲହର ଏବେ ନବଜାତ ଶିଶୁଙ୍କ ଠାରୁ ଆରମ୍ଭ କରି ୧୯ ବର୍ଷର ଯୁବକ ମାନଙ୍କ ମଧ୍ୟରେ ବେଶି ସଂକ୍ରମଣ ଦେଖିବାକୁ ମିଳିଛି । କହିରଖୁ କି କରୋନାର ପ୍ରଥମ ଲହରରେ ତେଲେଙ୍ଗାନାରେ ୧୫ ଅଗଷ୍ଟ ୨୦୨୦ ରୁ ସେପ୍ଟେମ୍ବର ମାସ ମଧ୍ୟରେ ୧୯,୮୨୪ ଜଣ ଶିଶୁ କରୋନାରେ ସଂକ୍ରମିତ ହୋଇଥିଲେ । ମଧ୍ୟ ପ୍ରଦେଶରେ ବି ସ୍ଥିତି ଗମ୍ଭୀର ରହିଛି । କରୋନା ସଂକ୍ରମଣ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟରେ ୫୪ ହଜାର ପିଲା କରୋନା କବଳରେ କବଳିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୦ ରୁ ୧୮ ବର୍ଷ ବୟସ୍କ ପିଲା ଅଛନ୍ତି ।

ବିଶେଷଜ୍ଞଙ୍କ ତରଫରୁ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଶିଶୁରୋଗ ବିଶେଷଜ୍ଞ ମାନେ କହିଛନ୍ତି କି ତୃତୀୟ ଲହର ଯଦି ଦୃତଗତିରେ ବଢିଚାଲିବ ତେବେ ପରିସ୍ଥିତି ଅସମ୍ଭାଳ ହେବ । ଶିଶୁରୋଗ ବିଶେଷଜ୍ଞ ମାନେ କହିଛନ୍ତି କି ଦେଶରେ ଶିଶୁ ମାନଙ୍କୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ବେଡର ବ୍ୟବସ୍ଥା ନାହିଁ । ଅନ୍ୟପଟେ ଦେଶରେ ୦ ରୁ ୧୮ ବର୍ଷ ପିଲାମାନଙ୍କୁ ଟିକା ଦେବା ନେଇ ସରକାର କୌଣସି ଯୋଜନା ପ୍ରସ୍ତୁତ କରି ନାହାନ୍ତି ।