ସରଳ ଭାଷାରେ ସଚେତନ କଲେ ଶିକ୍ଷୟିତ୍ରୀ : କୁନି କୁନି ପିଲାଙ୍କୁ ହାତ ଧୋଇବାର ଉପକାରିତା ବିଷୟରେ କିଛି ଏଭଳି ବୁଝାଇଲେ ଶିକ୍ଷୟିତ୍ରୀ , ଭାଇରାଲ୍ ହେଲା ଭିଡିଓ

504

ସାରା ଦୁନିଆରେ କରୋନା ଭୁତାଣୁର ଭୟ ଲାଗିରହିଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦିଆଯାଉଛି । କେଉଁ ପ୍ରକ୍ରିୟାରେ ହାତକୁ ଧୋଇଲେ ସୁସ୍ଥ ରହିବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ନେତା ଓ ଅଭିନେତା ଭିଡିଓ ସେୟାର୍ କରୁଛନ୍ତି । କିନ୍ତୁ କୁନି କୁନି ପିଲାଙ୍କ କ୍ଷେତ୍ରରେ ଏଭଳି ସଚେତନତା ବୁଝାଇବା ପାଇଁ ଖୁବ୍ କଷ୍ଟକର ହୋଇଥାଏ । ତେବେ ଜଣେ ଶିକ୍ଷୟିତ୍ରୀ ନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଖୁବ୍ ସରଳ ଉପାୟରେ ହାତଧୁଆର ଉପକାରିତା ଉପରେ ବୁଝାଇଛନ୍ତି । ଏଥିପାଇଁ ଶିକ୍ଷୟିତ୍ରୀ ଜଣକ ଗୋଲମରିଚ ଏବଂ ସାବୁନର ବ୍ୟବହାର କରିଛନ୍ତି । ସୋସିଆଲ୍ ମିଡିଆରେ ଶିକ୍ଷୟିତ୍ରୀଙ୍କ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେଉଛି । ଲୋକମାନେ ବି ଏହି ଭିଡିଓଟିକୁ ପସନ୍ଦ କରୁଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଯେ , ପିଲାମାନଙ୍କୁ ସାବୁନରେ ହାତ ଧୋଇବାର ମହତ୍ତ୍ୱ ବୁଝାଇବା ପାଇଁ ଏହା ଏକ ଉତ୍ତମ ପ୍ରୟାସ ।

ଏହି ଭିଡିଓଟି ଟ୍ୱିଟରରେ ମାର୍ଚ୍ଚ ୧୩ ରେ ସେୟାର୍ କରାଯାଇଥିଲା । ଯାହା ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ୪୦ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି ।