ଭୟ ନୁହେଁ ସଚେତନ ହୁଅନ୍ତୁ…କରୋନା ଭୁତାଣୁ ଏବଂ ସାଧାରଣ ଥଣ୍ଡା-କାଶ ଭିତରେ କଣ ରହିଛି ପାର୍ଥକ୍ୟ? ଜାଣନ୍ତୁ

6,631

କନକ ବ୍ୟୁରୋ: ଭାରତରେ ବି ଧିରେ ଧିରେ ଭୟଙ୍କର ରୂପ ନେବାରେ ଲାଗିଛି କରୋନା ଭୁତାଣୁ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଁଚିଥିବା ବେଳେ ଏହି ଭୟଙ୍କର ଭୁତାଣୁର ଶିକାର ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଲାଣି । ଆଉ କରୋନା ମୃତ୍ୟୁ ପରେ ଦେଶର ବିଭିନ୍ନ ରାଜ୍ୟରେ ସ୍କୁଲ, କଲେଜ, ମେଳା, ଜିମ୍ ଓ ସିନେମା ହଲ୍ ବନ୍ଦ ରଖାଯାଇଛି । କର୍ଣ୍ଣାଟକ , ଦିଲ୍ଲୀ , ମହାରାଷ୍ଟ୍ର , ବିହାର, ଓଡିଶା ସହ ଅନ୍ୟ ରାଜ୍ୟରେ ଏହି କଟକଣା ଜାରି ହୋଇଛି ।  ତେବେ ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ନିଶ୍ଚୟ ସାଧାରଣ ଥଣ୍ଡା-କାଶ ଏବଂ କରୋନା ସଂକ୍ରମିତ ଥଣ୍ଡା-କାଶ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବ । କାହିଁକି ନା କରୋନାଭାଇରସ୍ ଯେଭଳି ଦ୍ରୁତଗତିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ତାକୁ ଦେଖି ସାଧାରଣ ଥଣ୍ଡା-କାଶ ହେଲେ ବି ଲୋକେ ଭୟଭୀତ ହୋଇଯାଉଛନ୍ତି। ତେଣୁ କରୋନାଭାଇରସ୍ ସଂକ୍ରମଣ ଜନିତ ଥଣ୍ଡା-କାଶର ଲକ୍ଷଣ କଣ ଜାଣନ୍ତୁ।

୧. ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ଯେଉଁ କରୋନାଭାଇରସ୍‌ ଲକ୍ଷଣ ଜଣାଯାଇଛି ତାହା ସାଧାରଣ ଥଣ୍ଡା-କାଶ ସହିତ ବହୁତ ମେଳ ଖାଉଛି। କରୋନାଭାଇରସ୍‌ ସଂକ୍ରମଣ ହେବା ପରେ ରୋଗୀଙ୍କୁ ପ୍ରଥମେ ଜ୍ୱର ହେବ। ତା’ପରେ ଥଣ୍ଡା ହେବା ସହ ଶୁଖିଲା କାଶ ଲାଗି ରହିବ। ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହିତ ଦୁର୍ବଳ ଲାଗିବ। ଏଥିସହିତ ରୋଗୀ ଶରୀରର ଅନେକ ଅଙ୍ଗ ଏକାସହିତ କାମ କରିବା ବନ୍ଦ କରି ଦେବେ। ସମାନ୍ୟ ଥଣ୍ଡା-କାଶରେ ଏଭଳି ଲକ୍ଷଣ ଆଦୌ ଦେଖା ଯାଇ ନ ଥାଏ।

୩. କରୋନାଭାଇରସ୍‌ ଲକ୍ଷଣ ୨ରୁ ୧୦ଦିନ ମଧ୍ୟରେ ରୋଗୀ ଶରୀରରେ ଦେଖାଯିବା ଆରମ୍ଭ ହୋଇଥାଏ। ଏହି ଲକ୍ଷଣ ଦେଖାଯିବାର ଅନେକ ସମୟ ନେଉ ଥିବାରୁ ରୋଗୀ ବାହାରୁ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିଥାଏ। ତେଣୁ ଏହା ଅନ୍ୟଲୋକମାନଙ୍କୁ ସହଜରେ ସଂକ୍ରମିତ ହୋଇଯାଉଛି।

୪. ସାଧାରଣ ଫ୍ଲୁ ଓ ସଂକ୍ରମଣରେ ରୋଗୀ ଶରୀରରେ ଜ୍ୱର, ଶୁଖିଲା କାଶ, ମାଂସପେଶୀରେ ଯନ୍ତ୍ରଣା, ଦୁର୍ବଳ ଲାଗିବା, ମୁଣ୍ଡବିନ୍ଧା, ଗଳା ଦରଜ ଆଦି ସମସ୍ୟା ଭଳି ଲକ୍ଷଣ ଦେଖା ଯାଇଥାଏ।

୫. କରୋନଭାଇରସ୍‌ ପାଇଁ ଏଯାବତ କୌଣସି ଟୀକା, ଔଷଧ ଓ ଚିକିତ୍ସା ଉପଲବ୍ଧ ନାହିଁ। କିନ୍ତୁ ସାଧାରଣ ଫ୍ଲୁ ଓ ଥଣ୍ଡା ପାଇଁ ଚିକିତ୍ସା ସହିତ ବିିଭିନ୍ନ ପ୍ରକାର ଔଷଧ ମହଜୁଦ ରହିଛି।