ଭୁବନେଶ୍ୱରରେ ଆରମ୍ଭ ହେଲା ଆଂଟିବଡି ରାପିଡ୍ ଟେଷ୍ଟ: ୧୫ରୁ ୩୦ ମିନିଟ ଭିତରେ ମିଳିବ ରିପୋର୍ଟ; ରାଜଧାନୀକୁ ହଟସ୍ପଟ ମୁକ୍ତ ଅଂଚଳ କରିବା ପାଇଁ ଜୋରଦାର ଅଭିଯାନ ଜାରି

କ୍ୟାପିଟାଲ ହସପିଟାଲରେ ରକ୍ତ ପରୀକ୍ଷା କଲେ ମନ୍ତ୍ରୀ ଓ ଦୁଇ ବିଧାୟକ; ୭ ଦିନରେ ହେବ ୫ ହଜାର ନମୁନା ପରୀକ୍ଷା

376

କନକ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆଂଟିବଡ଼ି ରାପିଡ୍ ଟେଷ୍ଟ । କରୋନା ଭୂତାଣୁ ଉପରେ ନଜର ରଖିବାକୁ ଏହି ଟେଷ୍ଟ କରାଯାଏ । ଏଥିରେ ରକ୍ତ ନମୁନା ପରୀକ୍ଷା କରାଯାଏ । ମାତ୍ର ୧୫ରୁ ୨୦ ମିନିଟ୍ ଭିତରେ ରିପୋର୍ଟ ଆସିଥାଏ । ଯଦି ନମୁନା ରିପୋର୍ଟ ପଜିଟିଭ୍ ଆସେ, ତେବେ ପୁଣି ଥରେ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷା ହେବା ପାଇଁ ଯାଇଥାଏ ।

କରୋନା ପାଇଁ କ୍ୟାପିଟାଲ ହସ୍ପିଟାଲରେ ରାପିଡ୍ ଟେଷ୍ଟ ଆରମ୍ଭ ହେବା ପରେ ରକ୍ତ ନମୁନା ପରୀକ୍ଷା କରାଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ । ନିଜ ନିଜର ପରୀକ୍ଷା କରାଇ ନେଇଛନ୍ତି । ଆଉ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି । ତେଣୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ନମୁନା ପରୀକ୍ଷା ଅଭିଯାନରେ ସରକାରଙ୍କୁ ଜନସାଧାରଣ ସହଯୋଗ କରିବା ପାଇଁ ସେମାନେ ଆହ୍ୱାନ ଦେଇଛନ୍ତିି ।

ସେପଟେ କରୋନା ହଟସ୍ପଟ ମୁକ୍ତ କରିବା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମାସ ସାମ୍ପୁଲ ଟେଷ୍ଟ । ବିଏମସି ପକ୍ଷରୁ ୩ଟି ଜୋନ ବିଏମସି ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ସାଉଥ ଇଷ୍ଟ ଜୋନ୍ରେ ସାମ୍ପଲ ସଂଗ୍ରହ କରାଯାଉଛି । ଏଥିପାଇଁ ୧୩ ଟି ଟିମ ଗଠନ କରି ଆରମ୍ଭ ହୋଇଛି ନମୁନା ସଂଗ୍ରହ ଅଭିଯାନ ।

Comments are closed.