ଡରାଉଛି ରାଜଧାନୀ: ଦିଲ୍ଲୀ ୟୁପି ସୀମାରେ କଡାକଡି ଯାଂଚ; ମାସ୍କ ନପିନ୍ଧିଲେ ୨ହଜାର ତଣ୍ଡ ଗଣୁଛନ୍ତି ଉଲ୍ଲଙ୍ଘନକାରୀ

ଡୋର ଟୁ ଡୋର ସର୍ଭେ କରୁଛି ସ୍ୱାସ୍ଥ୍ୟ ବିଭାଗ । ସେପଟେ ବନ୍ଦ ହୋଇପାରେ ଦିଲ୍ଲୀ-ମୁମ୍ବାଇ ବିମାନ ଓ ଟ୍ରେନ ଚଳାଚଳ

114

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବେକାବୁ କରୋନା । ରାଷ୍ଟ୍ରିୟ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ଼ ଭାଙ୍ଗୁଛି । ପରିସ୍ଥିତି ଏପରି ହୋଇଛି ଦିଲ୍ଲୀ ଏନସିଆର ଅଂଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନୋଏଡ଼ା ଗୁରୁଗ୍ରାମ ସୀମାରେ ର୍ୟାଣ୍ଡମ ଟେଷ୍ଟିଂ କରାଯାଉଉଛି । କରୋନା କାରଣରୁ ଦିଲ୍ଲୀରେ ମୃତକଙ୍କ ସଂଖ୍ୟା ୮ହଜାର ୧୫୯ରେ ପହଂଚିଛି । ୨୪ଘଂଟା ଭିତରେ ଦିଲ୍ଲୀରେ ୧୧୮ଜଣଙ୍କର ଜୀବନ ନେଇଛି କରୋନା । ସେହିପରି ୨୪ ଘଂଟା ଭିତରେ ୬ହଜାର ୬ଶହ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୭ହଜାରକୁ ବୃ୍ଦ୍ଧି ପାଇଛି ।

ସେପଟେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ମାସ୍କ ପିନ୍ଧିବାକୁ ବାଧ୍ୟତାମୁଳକ କରିଛନ୍ତି । ମାସ୍କ ନପିନ୍ଧିଲେ ଦୁଇ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି । ସେହିପରି କରୋନା ଚିକିତ୍ସା ପାଇଁ ହସ୍ପିଟାଲରେ ଆଇସିୟୁ ଏବଂ ଅନ୍ୟାନ ସୁବିଧା କାମ୍ ଜୋରଦାର କରାଯାଇଛି । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଏହା ବେଶି ଚିନ୍ତାର କାରଣ ପାଲଟିଛି । ଦିଲ୍ଲୀରେ ଲଗାତର ଭାବେ ବଢୁଥିବା କରୋନା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଦିଲ୍ଲୀକୁ ଯାତାୟାତ କରୁଥିବା ଟ୍ରେନ୍ ଏବଂ ଫ୍ଲାଇଟ ବାତିଲ କରିପାରନ୍ତି ।

Comments are closed.