ଚୀନରେ ‘କରୋନା’ର ଭୟଙ୍କର ସ୍ଥିତି: ୧୩ ଶହକୁ ଟପିଲା ମୃତ୍ୟୁ ସଂଖ୍ୟା; ଗୋଟିଏ ଦିନରେ ୨୪୨ ମୃତ୧୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

Advertisment
ଚୀନରେ ‘କରୋନା’ର ଭୟଙ୍କର ସ୍ଥିତି: ୧୩ ଶହକୁ ଟପିଲା ମୃତ୍ୟୁ ସଂଖ୍ୟା; ଗୋଟିଏ ଦିନରେ ୨୪୨ ମୃତ୧୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ଚୀନରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭୂତାଣୁ । ଗତକାଲି ଗୋଟିଏ ଦିନରେ ୨୪୨ ମୃତ୍ୟୁ ଓ ୧୪ ହଜାର ୮୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚୀନରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ମୃତ୍ୟୁ ସଂଖ୍ୟା ଦେଖିବାକୁ ମିଳିନଥିଲା । ଏତେ ମାତ୍ରାରେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଟପି ଯାଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୧୩ ଶହ ୫୫କୁ ବୃଦ୍ଧି ହୋଇଛି । ହଠାତ୍ ଏତେ ମାତ୍ରାରେ ମୃତ୍ୟୁ ଓ ଆକ୍ରାନ୍ତ ସାମ୍ନାକୁ ଆସିବା ପରେ ଚିନ୍ତାରେ ପଡିଗଲେଣି ଚୀନ ସରକାର । ଡାକ୍ତରଖାନାରେ କିପରି ଚାଲିଛି ଚିକିତ୍ସା ନିଜେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ବୁଲି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଏହା ସହିତ କରୋନା ମୁକାବିଲାରେ ଭୟଭୀତ ନହେବାକୁ ପରାମର୍ଶ ବି ଦେଇଛନ୍ତି । ସେପଟେ କରୋନା ଭୟ ଏପରି ରହିଛି ଯେ ଚୀନରେ ଏବେ ସବୁବେଳ ଜନବହୁଳ ରହୁଥିବା ସହର ଦିଶୁଛି ଖାଁ ଖାଁ ।

publive-image

ଉହାନରୁ ନେଇ ଝିଝିଉ ଯାଏଁ ସବୁଠି ସହର ଖାଲି ଖାଲି ଲାଗୁଛି । ରାସ୍ତରେ ଗଡୁଛି କହିଲେ କେବଳ ଆଂବୁଲାନ୍ସ ଓ ପୋଲିସ ଗାଡି । ସେପଟେ ଯେଉଁ ସ୍ଥାନରେ ଆକ୍ରାନ୍ତ ଥିବା ସତ୍ୱେ ଡାକ୍ତରଖାନାକୁ ଆସି ନାହାନ୍ତି, ଏପରି ସୂଚନା ପାଇବା ପରେ ସନ୍ଦୀଗ୍ଧଙ୍କୁ ବଳପୂର୍ବକ ନିଆଯାଉଛି ଡାକ୍ତରଖାନାକୁ । କିଛି ସ୍ଥାନରେ ଆକ୍ରାନ୍ତ ଠାବ ହେବା ପରେ ସେହି ଅଂଚଳରେ ସଂକ୍ରମଣ ରୋକିବାକୁ ଚୀନ ସରକାର ଘର ଗୁଡିକୁ ସିଲ୍ କରିଦେଉଥିବା ଦେଖିବାକୁ ମିଳିଛି । ଅର୍ଥାତ୍ କରୋନା ପାଇଁ ଲକ୍ଷ ଲକ୍ଷ ଚୀନ ନାଗରିକ ଏବେ ନିଜ ଘରେ ଗୃହବନ୍ଦୀ ଜୀବନ ବିତାଇବାକୁ ବାଧ୍ୟ ହେଲେଣି । ହୁବେଇ ପ୍ରୋଭିନ୍ସର ରାଜଧାନୀ ହୁବେଇରେ ୫ କୋଟି ୬୦ ଲକ୍ଷ ଜନସଂଖ୍ୟା ରହିଛି । କରୋନା ଭୟାବହତା ପରେ ପୁରା ଅଂଚଳକୁ ସିଲ୍ କରିଦିଆଯାଇଛି । ସେପଟେ କରୋନାର ପ୍ରଭାବରେ ପ୍ରଭାବିତ ହେଲାଣି ଚୀନର ଅର୍ଥନୀତି । ବିଶ୍ୱର ଦ୍ୱୀତୀୟ ଅର୍ଥନୀତିର ରାଷ୍ଟ୍ରର ଜିଡିପିରେ ବି ହ୍ରାସ ଆସିଥିବା ଜଣାପଡିଛି । ୫ ପ୍ରତିଶତରୁ ଚୀନର ଜିଡିପି ୩.୨ରୁ ୪ ମଧ୍ୟକୁ ଖସି ଆସିଛି ।

publive-image

ଭାଇରସ୍‌ ମୁକାବିଲା ପାଇଁ ସାମିଲ ହେଲା ରୋବଟିକ୍‌ ସ୍ପ୍ରେୟର

କରୋନା ଭାଇରସ୍‌ ପାଇଁ ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବାରୁ ବି‌ଶେଷଜ୍ଞମାନେ ଭାଇରସ୍‌ ‌ରୋକିବା ଦିଗରେ କେତେକ ବଡ଼ ପଦକ୍ଷେପ ନେଇଛନ୍ତି। ଚୀନ୍‌ରେ ଏବେ ଭାଇରସ୍‌ ରୋକିବାପାଇଁ ଏକ ରୋବଟିକ୍‌ ସ୍ପ୍ରେୟର ସାମିଲ ହୋଇଛି। ଚୀନ୍‌ ବିଶଷଜ୍ଞମାନେ ଏହି ରୋବଟିକ୍‌ ସ୍ପେୟରର ବିକାଶ କରିଛନ୍ତି। ଏହା କରୋନା ଭାଇରସ୍‌ ବ୍ୟାପିବାକୁ ଦେବନାହିଁ। ଏହି ମେସିନ୍‌ ପୂର୍ବରୁ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିଲା। ପୂର୍ବ ଚୀନ୍‌ର ଜିଆଙ୍ଗ୍‌ସୁ ପ୍ରଦେଶର ସୁଚୋ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ ଏହି ନୂଆ ରୋବଟିକ୍‌ ସ୍ପ୍ରେୟର ଆରମ୍ଭ କରିଛନ୍ତି। ରିମୋଟ‌୍‌ ଦ୍ବାରା ପରିଚାଳିତ ଏହି ସ୍ପ୍ରେୟର ମେସିନ୍‌ ଘଣ୍ଟାକୁ ୭ କିମି ପର୍ଯ୍ୟନ୍ତ  ଚାଲିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe