ଦେଶରେ ସଂକ୍ରମଣର ନୂଆ ରେକର୍ଡ : ଦିନକରେ ପ୍ରାୟ ୧୧ ହଜାର ମାମଲା ଚିହ୍ନଟ

ଟେନସନ ଦେଉଛି କରୋନା : ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ ଛାଇଗଲାଣି ମହାମାରୀ

କନକ ବ୍ୟୁରୋ : ଦେଶରେ କରୋନାଭାଇରସ୍‌ ସଂକ୍ରମଣ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୧ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ୪ର୍ଥ ସ୍ଥାନକୁ ଆସିଯାଇଛି। ଆମେରିକା, ବ୍ରାଜିଲ ଏବଂ ରୁଷ୍‌ ପରେ ଏବେ ଭାରତ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ‌ବିବେଚିତ ହୋଇଛି। ଆମେରିକାରେ ୨୦ ଲକ୍ଷ ୯୦ ହଜାର ଆକ୍ରାନ୍ତ ଥିବା ବେଳେ ବ୍ରାଜିଲରେ ୮ ଲକ୍ଷ ୧୦ ହଜାର ଏବଂ ରୁଷ୍‌ରେ ୫ ଲକ୍ଷ ୩ ହଜାର ଆକ୍ରାନ୍ତ ଅଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ୩୯୬ ଜଣଙ୍କ ଜୀବନ ନେଇଛି। ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୬୩୫ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୪୯୮ରେ ପହଞ୍ଚିଛି। ଦେଶରେ ଏବେ ଆରୋଗ୍ୟ ହାର ୪୯.୪୭ରେ ପହଞ୍ଚିଥିବା ବେଳେ ମାମଲା ଦୁଇଗୁଣ ହେବା ସମୟ ୧୭.୪ ଦିନରେ ପହଞ୍ଚିଛି।

ମହାରାଷ୍ଟ୍ରରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଗତକାଲି ଦିନକ ମଧ୍ୟରେ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ପ୍ରାୟ ୩ ହଜାର ୬ ଶହରେ ପହଞ୍ଚିଥିବା ବେଳେ ରାଜ୍ୟରେ ତିନି ସପ୍ତାହ ଧରି ଲଗାତାର ପ୍ରତିଦିନ ୨ ହଜାର ମାମଲା ସାମ୍ନାକୁ ଆସୁଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଖରାପ ହେବାରେ ଲାଗିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୯ ହଜାରରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ଯୁଦ୍ଧସ୍ତରରେ ପ୍ରୟାସ କରୁଛନ୍ତି। ଦିଲ୍ଲୀ ପରେ ଗୁଜରାଟ ସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଗୁଜରାଟରେ ୨୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୫୦୦ ସକ୍ରିୟ ରୋଗୀ ଅଛନ୍ତି। ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୨ ହଜାରରେ ପହଞ୍ଚିଥିବାରୁ ରାଜ୍ୟ ସରକାର କେତେକ ନୂଆ କଟକଣା ଜାରି କରିବା ସହ ରାଜ୍ୟ ସୀମା ସିଲ୍‌ କରିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ପଶ୍ଚିମବଂଗରେ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ସ୍ଥିତି ଅତି ଜଟିଳ ହେବା ଆଶଙ୍କା ରହିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଟିମ୍‌ ଏସବୁ ରାଜ୍ୟ ଗସ୍ତ କରି ସ୍ୱାସ୍ଥ୍ୟସେବା ତଦାରଖ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe