କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଲଗାତର ଭାବେ କମିବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୩୪,୧୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୪୬ ଜଣ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଏହା ପୂର୍ବରୁ ରବିବାର ଦିନ ୪୪,୮୭୭ ଜଣ ସଂକ୍ରମିତ ଚିହ୍ନଟ ହେଶଇଥିବା ବେଳେ ୮୭୭ ଜଣ ଲୋକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିଲେ ।
ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ୪,୨୬,୩୧,୪୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ଏବେ ୪,୭୮,୮୮୨ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଦେଶରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୧୬,୭୭,୬୪୧ କୁ ବୃଦ୍ଧି ପାଇଛି । ଏହାସହ କରୋନା ସଂକ୍ରମଣରେ ମୋଟ ୫,୦୯,୦୧୧ ଜଣଙ୍କର ମୃତ୍ୟୁ ହୋଇଛି ।
ଅନ୍ୟପଟେ ଯଦି ଟିକାକରଣ କଥା କୁହାଯିବ ତେବେ ଦେଶରେ ମୋଟ ୧,୭୨,୯୫,୮୭,୪୯୦ ଖୋରାକ ଟିକା ଦିଆଯାଇଛି । କହିରଖୁ କି ଦେଶରେ କ୍ରମାଗତ ୪୦ ଦିନ ପରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି । ଜାନୁଆରୀ ୪ ତାରିଖରେ ଦେଶରେ ଦୈନିକ ସଂକ୍ରମଣ ୩୭ ହଜାର ଥିଲା ।
Follow Us